ଜୟପୁର, ୦୧/୧୧: ଜିଏସଟି ରେଡ୍‌ ପରେ ପ୍ରାଣ ହରାଇଲେ ନ୍ୟୁ ବାସବୀ ଜୁଏଲାରି ଦୋକାନର ମାଲିକ ପେଣ୍ଟା ହରି ପ୍ରସାଦ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପେଣ୍ଟା ହରି ପ୍ରସାଦ ନ୍ୟୁ ବାସବୀ ଜୁଏଲାରି ଦୋକାନର ମାଲିକ ଥିଲେ । ତେବେ ଅକ୍ଟୋବର ମାସ ୨୯ ତାରିଖରେ ତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ ହୋଇଥିଲା । ଏହି ରେଡ୍‌ ସମୟରେ ହିଁ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି ।