ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ମାଲକାନଗିରି ସଦର ଥାନା କୋରୁକୋଣ୍ଡାର ନୂତନ କୋଠା ଉଦ୍‌ଘାଟିତ

Published By : Prameya | March 7, 2025 10:49 PM

ମାଲକାନଗିରି : ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଲକାନଗିରି ସଦର ଥାନା,କୋରୁକୋଣ୍ଡା ସଦରରେ ନୂତନ କୋଠା ଉଦ୍ଘାଟନ କରିଛନ୍ତି। 

ଏହି ଉଦ୍ଘାଟନ ଅବସରରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ,ମାଲକାନଗିରି ଜିଲ୍ଲା ଆରାକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ଏସଡିପିଓ ସଚିନ ପାଟିଲ, ମାଲକାନଗିରି ସଦର ଥାନା କୋରୁକୋଣ୍ଡା ଆଇଆଇସି ହିଂମାଶୁ ଶେଖର ବାରିକ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗେନ୍ କିଣ୍ଡୋଙ୍କ ସହିତ ଥାନର ସମସ୍ତ ଅଧିକାରୀ ଓ କର୍ମଚାରୀ ,କୋରୁକୋଣ୍ଡା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ, ଚିତ୍ରକୋଣ୍ଡା ଏବଂ ମାଲକାନଗିରି ବିଧାୟକଙ୍କ ପ୍ରତିନିଧି , ପୁଲିସ ଗୃହ ନିର୍ମାଣ ନିଗମ୍ ଡେପୁଟି ମ୍ୟାନେଜର ସନ୍ତୋଷ କୁମାର୍ ଦଳାଇ, ଏପିଏମ୍ ସୁନିଲ ବେହେରା, ବ୍ଲକ ଅଧିନସ୍ଥ ବହୁ ନିର୍ବାଚିତ ଜନପ୍ରତିନିଧି ଏବଂ ଥାନାର ସମସ୍ତ ଅଧିକାରୀ ଏବଂ ଅତିଥିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହି ଥିଲେ, ଏହି ନୂଆ ଥାନା ଏବଂ ସୁବିଧାମୂଳକ ବ୍ୟବସ୍ଥା ଅଞ୍ଚଳର ନାଗରିକମାନଙ୍କୁ ଧନ, ଜୀବନ ରକ୍ଷା, ସୁରକ୍ଷା ଏବଂ ନ୍ୟାୟ ପ୍ରଦାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପୂର୍ବରୁ ଏହି ଥାନା କାର୍ଯ୍ୟ ମାଲକାନଗିରି ଆଦର୍ଶ ଥାନା ପରିସରରେ ଚାଲିଥିଲା, ଏବେ କୋରକୁଣ୍ଡା ସ୍ଥିତ ନିଜସ୍ୱ କୋଠାକୁ ସ୍ଥାନାନ୍ତର ହେବା ଦ୍ୱାରା କୋରକୁଣ୍ଡା ବ୍ଲକବାସୀ ଖୁସି ପ୍ରକଟ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.