ଭୁବନେଶ୍ବର; ୯/୧ : ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସମୋବାରକୁ ବାଦ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଏହି ବୈଠକରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ । ବୈଠକରେ ଜିଲ୍ଲା ସ୍ତରରେ ପଡ଼ି ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ।

ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶ ନାମା

୧ - ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଆଲୋଚନା କରାଯିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

୨ - ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକ କୁ ଆସିବେ

୩ - ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ

୪ - ସମସ୍ତ ବିଷୟ ବସ୍ତୁ ବିଷୟ ରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରାଯାଇଥିବା ଦରକାର

ସେହିପରି ବୈଠକର ଏଜେଣ୍ଡା ଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଁଚିବା ଦରକାର । ନିର୍ଦ୍ଦିଷ୍ଟ ଫର୍ମାଟ ଜରିଆରେ ପଡ଼ି ରହିଥିବା କିମ୍ବା ସଠିକ ଅଗ୍ରଗତି ହେଉ ନଥିବା ବିଭିନ୍ନ ବିଷୟ ବସ୍ତୁ ବିଷୟ ରେ ୫୦ ୱାର୍ଡ ଭିତରେ ଲେଖି କି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏ ନେଇ କରାଯାଇଛି ଚିଠି ।