ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି

Published By : Prameya | May 20, 2025 8:09 AM

ନୂଆଦିଲ୍ଲୀ,୨୦/୦୫: କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କାରଣ  ଏସିଆର ସିଙ୍ଗାପୁର, ହଂକଂ, ଚୀନ୍‌ ଓ ଥାଇଲାଣ୍ଡରେ ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ସିଙ୍ଗାପୁରରେ ମେ ୧ରୁ ୧୯ ମଧ୍ୟରେ ୩  ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ଶେଷ ସପ୍ତାହରେ ଏହି ସଂଖ୍ୟା ୧୧,୧୦୦ ଥିଲା ।  ଅର୍ଥାତ ଏବେ ୨୮ ପ୍ରତିଶତ ବଢ଼ିଛି । ହଂକଂରେ ଜାନୁଆରୀରେ ଏପର୍ଯ୍ୟନ୍ତ ୮୧ ନୂଆ ମାମଲା ଚିହ୍ନଟ  ହୋଇଛି । ଏଥିରେ ୩୦ଜଣଙ୍କ ମୃତ୍ୟୁ ବି ହୋଇଛି ।  ଚୀନ୍‌ ଓ ଥାଇଲାଣ୍ଡରେ ଆଲର୍ଟ ଜାରି କରାଯାଇଛି । କିନ୍ତୁ  ସେଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ନେଇ କୌଣସି  ସୂଚନା ଦିଆଯାଇନାହିଁ । କିନ୍ତୁ ବେସରକାରୀ ଭାବେ  ସଂକ୍ରମଣ ମାମଲା ୨ ଗୁଣ ବଢ଼ିଥିବା କୁହାଯାଉଛି ।  

ଏଥର ସଂକ୍ରମଣ ବଢ଼ିବା ପଛରେ ଓମାଇକ୍ରନର  ନୂଆ ଭାରିଆଣ୍ଟ ଜେଏନ୍‌୧ ଏବଂ ଏହାର ସବ୍‌  ଭାରିଆଣ୍ଟ ଏଲ୍‌ଏଫ୭ ଏବଂ ଏନ୍‌ବି୧.୮ ବୋଲି  କୁହାଯାଉଛି । ସରକାରୀ ଅଧିକାରୀଙ୍କ କହିବାନୁଯାୟୀ  ନୂଆ ଭାରିଆଣ୍ଟ ପୂର୍ବାପେକ୍ଷା ଦ୍ରୁତ ସଂକ୍ରମଣଶୀଳ କିମ୍ବା  ଅଧିକ ବିପଜ୍ଜନକ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ  ମିଳିନାହିଁ । କିନ୍ତୁ କରୋନାର ଏହି ଲହର କମ୍‌ ରୋଗ  ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ପ୍ରଭାବ ଦେଖାଇବାର ସମ୍ଭାବନା ରହିଛି । 

ଭାରତରେ ମେ ୧୨ରୁ  ୧୯ ଏପର୍ଯ୍ୟନ୍ତ ସପ୍ତାହକ ଭିତରେ ୧୬୪ ନୂଆ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୨୫୭ ନୂଆ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି । କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରେ ୬୯, ମହାରାଷ୍ଟ୍ରରେ ୪୪ ଓ  ତାମିଲନାଡୁରେ ୩୪ ଜଣ ନୂଆ ସଂକ୍ରମିତ ଅଛନ୍ତି ।  ଏପରିକି ମହାରାଷ୍ଟ୍ରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଜଣେ କ୍ୟାନସର ଆକ୍ରନ୍ତ ଥିଲାବେଳେ  ଅନ୍ୟ ଜଣେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । କିନ୍ତୁ ଉଭୟେ କୋଭିଡ ସଂକ୍ରମିତ ହୋଇଥଲେ । ହେଲେ  ଡାକ୍ତର ଏହା କୋଭିଡ ମୃତ୍ୟୁ ନୁହେଁ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.