ଭୁବନେଶ୍ବର, ୭।୧୦ : ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ଏବଂ ଓଏସ୍‌ଡି ପାଇଁ  ନୂଆ ଗାଇଡଲାଇନ ଜାରି କରାଯାଇଛି।  ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି  କରାଯାଇଛି। ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଯୁଗ୍ମ ସଚିବ କିମ୍ବା ଉପ ସଚିବ ପାହ୍ୟା ଅଫିସର ହୋଇପାରିବେ ଓଏସ୍‌ଡି ।

ପ୍ରାଇଭେଟ ସେକ୍ରେଟାରୀଙ୍କଠାରୁ ଗୋଟିଏ ରାଙ୍କ ଜୁନିୟର ହୋଇଥିବେ ଓଏସଡି । ଅତିକମରେ ୫ ବର୍ଷ ଚାକିରି କରିଥିଲେ  ପିଏ, ଓଏସଡି ହୋଇପାରିବେ। ଚାକିରିରେ ଅତି କମରେ  ୩୬ ମାସ ବହୁତ ଭଲ କାମ କରିଥିବେ। ଅଧିକାରୀଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବ । ଭିଜିଲାନ୍ସ  ଏବ ଅପରାଧିକ ମାମଲା ନ ଥିବ।  ସିସିଆରରେ ଖରାପ ମନ୍ତବ୍ୟ ଲେଖା ହୋଇ ନ ଥିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି।