ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

New Pope; ନୂଆ ପୋପ୍‌ ନିର୍ବାଚନ କନକ୍ଲେଭରେ ବାହାରିଲା କଳା ଧୂଆଁ, ଜାଣନ୍ତୁ କାରଣ ?

Published By : Ankita S | May 8, 2025 11:45 AM

ନୂଆଦିଲ୍ଲୀ,୦୮/୦୫: ପୋପ୍‌ ଫ୍ରାନ୍ସସିସ୍‌ଙ୍କ ଦେହାନ୍ତ ପରେ କିଏ ହେବେ ପରବର୍ତ୍ତୀ ପୋପ୍‌ । ସେ ନେଇ ନିର୍ବାଚନ କନକ୍ଲେଭ ବୁଧବାର ସିଷ୍ଟିନ ଚେପଲରେ ଆରମ୍ଭ ହୋଇଛନ୍ତି । ଏଥିରେ ସାମିଲ ହେବାକୁ ୧୩୩ କାର୍ଡିନାଲ ଗୋପନୀୟତାର ଶପଥ ନେବା ପରେ ଚେପଲରେ ପ୍ରବେଶ କରିଥିଲେ । ପ୍ରଥମ ଦିନ ସନ୍ଧ୍ୟାରେ ଚିମିନିରୁ କଳା ଧୂଆଁ ବାହାରିଥିଲା । ଯାହାର ଅର୍ଥ ପ୍ରଥମ ଦିନରେ ପୋପ୍‌ ଚୟନ ହୋଇପାରି ନାହିଁ ।

ଧଳା ଧୂଆଁ ବାହାରିବା ଅପେକ୍ଷାରେ- କ୍ୟାଥୋଲିକ୍ ଚିମିନିରୁ ଧଳା ଧୂଆଁ ବାହାରିବା ଅପେକ୍ଷାରେ ରହିଛି । ନିଷ୍ପତ୍ତି ନ ହେବା ଯାଏ ସବୁ କାର୍ଡିନାଲ ଏହି ପ୍ରକ୍ରିୟାରେ ସାମିଲ ହେବେ । ପୋପ୍ କନକ୍ଲେଭ ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରେ ନୂଆ ପୋପ୍ ସାବଧାନପୂର୍ବକ ଚୟନ କରିବାକୁ ଇଶ୍ୱର ସାହାଯ୍ୟ କରନ୍ତୁ ବୋଲି  କାର୍ଡିନାଲ ପ୍ରାର୍ଥନା କରିଥିଲେ । ପ୍ରଥମ ଦିନ କେବଳ ଭୋଟ ହୋଇଥିଲା । କନକ୍ଲେଭ ଆରମ୍ଭ ହେବାର ୩ ଘଣ୍ଟା ପରେ ପୋପ୍ ଚୟନ ହୋଇ ପାରିନଥିବା ସନ୍ଦେଶ ଦେଇ କଳା ଧୂଆଁ ବାହାରିଥିଲା ।

କିଏ ପରବର୍ତ୍ତୀ ପୋପ୍‌ ହେବେ ଏ ନେଇ ଭାଟିକାନ୍ ସିଟିରେ କନକ୍ଲେଭ ହୋଇଛି । ଏଥିରେ ୭୧ ଦେଶର ୧୩୩ କାର୍ଡିନାଲ ଅଂଶଗ୍ରହଣ କରିଛନ୍ତି । ୪୫ ହଜାରରୁ ଅଧିକ ଲୋକ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ ହେଲେ ପ୍ରଥମ ଦିନ କିଛି ନିଷ୍ପତ୍ତି ବାହାରି ପାରିଲା ନାହିଁ । ୨୦୧୩ରେ ହୋଇଥିବା କନକ୍ଲେଭରେ ଧଳା ଧୁଆଁ ବହୁତ କମ ସମୟରେ ବାହିଥିଲା ଆର୍ଥାତ୍ ପୋପ୍ ଚୟନ ହୋଇଥିଲା । ଯେଉଁଥିରେ ପୋପ୍‌ ଫ୍ରାନ୍ସସିସ୍‌ଙ୍କୁ ପୋପ୍‌ ଘୋଷଣା କରାଯାଇଥିଲା ।

ଅଧିକ ପଢନ୍ତୁ...ଡୋନାଲ୍ଡ ଟ୍ରମ୍ପ ହେବେ କି ପରବର୍ତ୍ତୀ ପୋପ୍ ? ହ୍ୱାଇଟ୍ ହାଉସ୍ ସେୟାର କଲା ଫଟୋ

କହି ରଖୁଛି କି, ସାରା ବିଶ୍ୱର କ୍ୟାଥୋଲିକ୍ ଖ୍ରୀଷ୍ଟିଆନ୍‌ଙ୍କ ବଡ଼ ଧର୍ମଗୁରୁ ପୋପ୍‌ ଫ୍ରାନ୍ସସିସ୍‌ଙ୍କର ଗତ ଏପ୍ରିଲ ୨୧ରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଇତିହାସରେ ସେ ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍‌ ଥିଲେ । ଏକାଧିକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ଚର୍ଚ୍ଚା ଆସିଥିଲେ । ତାଙ୍କ ଦେହାନ୍ତ ପରେ ପୋପ୍‌ ପଦ ଖାଲି ପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.