ନୂଆଦିଲ୍ଲୀ,୦୩/୦୫: ପରବର୍ତ୍ତୀ ପୋପ୍ ହେବେ କି ଡୋନାଲ୍ଟ ଟ୍ରମ୍ପ ? ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କର ଦେହାନ୍ତ ହେବା ପରେ ନୂଆ ପୋପ୍ କିଏ ହେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କର ଏକ ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି । ଯେଉଁଥିରେ ଟ୍ରମ୍ପ ପୋପ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଫଟୋ ସେୟାର କରାଯାଇଛି । ଫଟୋକୁ ଦେଖି ଅଲଗା ଅଲଗା କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
ଡୋନାଲ୍ଡ ଟ୍ରମ୍ପ ପୋପ୍ ପୋଷାକ ପିନ୍ଧିଥିବା ଫଟୋ ତାଙ୍କ 'ଏକ୍ସ' ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହାକୁ ହ୍ୱାଉଟ୍ ହାଉସ୍ ସେୟାର କରିଛି । ଫଟୋରେ ଟ୍ରମ୍ପ ଧଳା ପୋଷାକ ପିନ୍ଧି ପୋପ୍ଙ୍କ ଚୌକିରେ ବସିଛନ୍ତି । ମୁଣ୍ଡରେ ପୋପ୍ଙ୍କ ପରି ମୁକୁଟ ପିନ୍ଧିଛନ୍ତି । ଫଟୋ ଟି ଏଆଇ ପରି ହୋଇଛି ।
— The White House (@WhiteHouse) May 3, 2025
ଅଧିକ ପଢନ୍ତୁ...ଚୀନରେ ହାହାକାର ସ୍ଥିତି, ସଂକଟରେ ୧.୬କୋଟି ଚାକିରି, କାରଖାନା ବନ୍ଦ, ଶ୍ରମିକଙ୍କୁ ମିଳୁନି ମଜୁରି
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ୟୁଜର୍ସ ଅଲଗା ଅଲଗା କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମୁଁ କଥୋଲିକ ନହେଁ, ଜଣେ ଖ୍ରୀଷ୍ଟିୟାନ । ମୁଁ ଯୀସସ୍ କ୍ରାଇଷ୍ଟରେ ଭରସା କରେ । ଆମେରିକା ରାଷ୍ଟ୍ରପତିଙ୍କର ପୋପ୍ ରୂପରେ ଆସିବା ଠିକ୍ କଥା ନୁହେଁ । ସେ ଆମେରିକାର ରାଷ୍ଟ୍ରପତି ତାଙ୍କୁ ଏହି କଥାର ସାମ୍ନା କରିବାକୁ ହେବ ।' ସେହିପରି ଆଉ ଜଣେ ୟୁଜର କମେଣ୍ଟରେ କହିଛନ୍ତି, ମୁଁ ବିଶ୍ୱାସ କରି ପାରୁନାହିଁ ଟ୍ରମ୍ପ ଏମିତି ଫଟୋ ପୋଷ୍ଟ କରିଛନ୍ତି । ଆଉ ଜଣେ କହିଛନ୍ତି ଟ୍ରମ୍ପ ଏବେ ଟ୍ରମ୍ପଙ୍କ ପରି ବ୍ୟବହାର କରୁଛନ୍ତି ।