ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଭୁବନେଶ୍ୱରରେ ନୂଆ ସ୍କୋଡା କୋଡିଆକ ଲଞ୍ଚ୍, ଏସ୍‌ୟୁଭିରେ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ମିଳିବ ପ୍ରିମିୟମ ସୁବିଧା

Published By : Prameya | May 15, 2025 8:43 AM

ଭୁବନେଶ୍ୱର,୧୫/୦୫: ସ୍କୋଡା ଅଟୋ ଇଣ୍ଡିଆର ସ୍ୱୀକୃତିପ୍ରାପ୍ତ ଡିଲରଶିପ ସ୍କୋଡା ଏମ୍ପ୍ରିଓ  ଆଲାଏଡ୍‌ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ ପରିସରରେ ବୁଧବାର ସଂଧ୍ୟାରେ ନୂଆ ସ୍କୋଡା କୋଡିଆକ୍‌ ମଡେଲର ବଜାର ପ୍ରବେଶ  ହୋଇଛି । ସ୍କୋଡା ବ୍ରାଣ୍ଡ୍‌ର ଏହି ପ୍ରମୁଖ ଏସ୍‌ୟୁଭି  ଆକର୍ଷଣୀୟ ଡିଜାଇନ, ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ପ୍ରିମିୟମ ଆରାମ ସହ ବଜାରକୁ ଆସିଛି ।  ଏହି ମଡେଲ୍‌ ଲଞ୍ଚ ସହ କମ୍ପାନି ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ବଢ଼ାଇବାକୁ ସକ୍ଷମ ହୋଇଛି । 

ଏ ଅବସରରେ ଡିଲର୍‌ ପ୍ରିନ୍ସପାଲ ଅବିନାଶ ସାମଲ କହିଛନ୍ତି, ନୂଆ ସ୍କୋଡା କୋଡିଆକ ଦୃଢ଼ତା,  ଆଭିଜାତ୍ୟପୂର୍ଣ୍ଣ ଏବଂ ବିବିଧତାକୁ ଦର୍ଶାଉଛି।  ଭୁବନେଶ୍ୱରରେ ଏହି ବିଳାସପୂର୍ଣ୍ଣ ଯାନଟିକୁ ବଜାର  ପ୍ରବେଶ କରାଇ ଅତ୍ୟନ୍ତ ଖୁସି । ଯାନଟିର ପ୍ରିମିୟମ  ଆପିଲ୍‌ ସହରାଞ୍ଚଳ ପରିବାରଗୁଡ଼ିକର ଚାହିଦା  ପୂରଣରେ ସହାୟକ ହୋଇପାରିବ । ନୂଆ ସ୍କୋଡା  କୋଡିଆକ୍‌ରେ ବୃହତ୍‌ ଡାଇମେନ୍‌ସନ, ଶକ୍ତିଶାଳୀ  ଇଞ୍ଜିନ, ପରବର୍ତ୍ତି ପିଢ଼ି ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ, ମସାଜର୍‌ ସିଟ୍‌ ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି । ରଘୁନାଥପୁର ପଟିଆ ସ୍ଥିତ ସ୍କୋଡା ଏମ୍ପ୍ରିଓ ଆଲାଏଡ  ସୋ’ରୁମ ପରିଦର୍ଶନ କରି ଗ୍ରାହକ ଏହି ମଡେଲଟିର  ବୁକିଂ ଏବଂ ଟେଷ୍ଟ ଡ୍ରାଇଭ ନେଇପାରିବେ ବୋଲି  ଶ୍ରୀ ସାମଲ ଉଲ୍ଲେଖ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.