ଭୁବନେଶ୍ୱର,୧୫/୦୫: ସ୍କୋଡା ଅଟୋ ଇଣ୍ଡିଆର ସ୍ୱୀକୃତିପ୍ରାପ୍ତ ଡିଲରଶିପ ସ୍କୋଡା ଏମ୍ପ୍ରିଓ  ଆଲାଏଡ୍‌ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ ପରିସରରେ ବୁଧବାର ସଂଧ୍ୟାରେ ନୂଆ ସ୍କୋଡା କୋଡିଆକ୍‌ ମଡେଲର ବଜାର ପ୍ରବେଶ  ହୋଇଛି । ସ୍କୋଡା ବ୍ରାଣ୍ଡ୍‌ର ଏହି ପ୍ରମୁଖ ଏସ୍‌ୟୁଭି  ଆକର୍ଷଣୀୟ ଡିଜାଇନ, ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ପ୍ରିମିୟମ ଆରାମ ସହ ବଜାରକୁ ଆସିଛି ।  ଏହି ମଡେଲ୍‌ ଲଞ୍ଚ ସହ କମ୍ପାନି ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ବଢ଼ାଇବାକୁ ସକ୍ଷମ ହୋଇଛି । 

ଏ ଅବସରରେ ଡିଲର୍‌ ପ୍ରିନ୍ସପାଲ ଅବିନାଶ ସାମଲ କହିଛନ୍ତି, ନୂଆ ସ୍କୋଡା କୋଡିଆକ ଦୃଢ଼ତା,  ଆଭିଜାତ୍ୟପୂର୍ଣ୍ଣ ଏବଂ ବିବିଧତାକୁ ଦର୍ଶାଉଛି।  ଭୁବନେଶ୍ୱରରେ ଏହି ବିଳାସପୂର୍ଣ୍ଣ ଯାନଟିକୁ ବଜାର  ପ୍ରବେଶ କରାଇ ଅତ୍ୟନ୍ତ ଖୁସି । ଯାନଟିର ପ୍ରିମିୟମ  ଆପିଲ୍‌ ସହରାଞ୍ଚଳ ପରିବାରଗୁଡ଼ିକର ଚାହିଦା  ପୂରଣରେ ସହାୟକ ହୋଇପାରିବ । ନୂଆ ସ୍କୋଡା  କୋଡିଆକ୍‌ରେ ବୃହତ୍‌ ଡାଇମେନ୍‌ସନ, ଶକ୍ତିଶାଳୀ  ଇଞ୍ଜିନ, ପରବର୍ତ୍ତି ପିଢ଼ି ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ, ମସାଜର୍‌ ସିଟ୍‌ ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି । ରଘୁନାଥପୁର ପଟିଆ ସ୍ଥିତ ସ୍କୋଡା ଏମ୍ପ୍ରିଓ ଆଲାଏଡ  ସୋ’ରୁମ ପରିଦର୍ଶନ କରି ଗ୍ରାହକ ଏହି ମଡେଲଟିର  ବୁକିଂ ଏବଂ ଟେଷ୍ଟ ଡ୍ରାଇଭ ନେଇପାରିବେ ବୋଲି  ଶ୍ରୀ ସାମଲ ଉଲ୍ଲେଖ କରିଛନ୍ତି।