ନୂଆଦିଲ୍ଲୀ,୧୨/୨ : ଭାରତରେ ଦ୍ରୁତଗତିରେ ନିର୍ମାଣ ହେଉଥିବା ଏକ୍ସପ୍ରେସଓ୍ବେ ଯାତ୍ରାକୁ ଆହୁରି ସହଜ କରୁଛି । ସରକାର ରାସ୍ତା ଭିତ୍ତିଭୂମି ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏଥିରେ କେଉଁଆଡ଼େ ଯିବା ଆସିବା ପୂର୍ବଠାରୁ ବହୁତ ସହଜ ହୋଇଯାଇଛି । କିନ୍ତୁ ଏକ୍ସପ୍ରେସଓ୍ବେ ନିର୍ମାଣର ଲମ୍ବା ପ୍ରକ୍ରିୟା ମଧ୍ୟରେ କିଛି କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ଲୋକମାନଙ୍କୁ ଟୋଲ୍ ଦେବାକୁ ପଡ଼ୁଥିଲା । ଏଥିରେ ଲୋକମାନେ ନିରାଶ ଥିଲେ । ଏବେ ଏହି ନିୟମରେ ପରିବର୍ତ୍ତନ ହୋଇଛି । ପ୍ରକାଶ ଯେ, ପ୍ରଥମେ ଏକ୍ସପ୍ରେସଓ୍ବେ ସମ୍ପୂର୍ଣ୍ଣ ହୋଇନଥିବା ପରେ ବି ଲୋକଙ୍କଠାରୁ ଟୋଲ୍ ଟ୍ୟାକ୍ସ ନେବାକୁ ପଡ଼ୁଥିଲା । କିନ୍ତୁ ୧୫ଫେବୃଆରୀରୁ ଏଭଳି ଅସମ୍ପୂର୍ଣ୍ଣ ଏକ୍ସପ୍ରେସଓ୍ବେରେ ସରକାର ଟୋଲ୍ ଆଦାୟ କରିପାରିବେ ନାହିଁ।

କେତେକ ଥର ଆପଣ ଅନୁଭବ କରିଥିବେ କି ଆପଣ କୌଣସି ନ୍ୟାଶନାଲ ଏକ୍ସପ୍ରେସଓ୍ବେ ଦେଇ ଯାଇଥାନ୍ତି ଯାହା ପୂରା ଖୋଲି ନ ଥିବ । ସେତେବେଳେ ଆପଣଙ୍କଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ମାତ୍ର ଏବେ ଆପଣଙ୍କୁ ଅଧିକ ଟୋଲ୍ ଦେବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଟୋଲ୍ ନିୟମରେ ପରିବର୍ତ୍ତନ କରି ଦେଇଛନ୍ତି, ଯେଉଁଥିରେ ଯାତ୍ରୀଙ୍କୁ ସିଧା ସଳଖ ସୁଫଳ ମିଳିବ ।