ନୂଆଦିଲ୍ଲୀ,୨୪/୦୭: ସଦ୍ୟ ସମାପ୍ତ ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜରେ ଇତିହାସ ରଚିଥିଲେ ହିଟମ୍ୟାନ ରୋହିତ ଶର୍ମା । ଭାରତ ୨-୧ରେ ସିରିଜ ହାରିଥିଲା ସତ କିନ୍ତୁ ତୃତୀୟ ଦିନିକିଆରେ ଇତିହାସ ରଚିଥିଲେ ରୋହିତ । ମ୍ୟାଚ ପୂର୍ବରୁ ଯାହାଙ୍କ ଅବସର ନେଇ ଚର୍ଚ୍ଚା ହେଉଥିଲା । ତୃତୀୟ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ ବୋଲି କୁହାଯାଉଥିଲା । କିନ୍ତୁ ଲର୍ଡ୍ସ ମୈଦାନରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ହିଟମ୍ୟାନ । ଲର୍ଡ୍ସ ଗ୍ରାଉଣ୍ଡରେ ରୋହିତଙ୍କ ରେକର୍ଡ ବ୍ରେକିଂ ସେଞ୍ଚୁରୀ ହାସଲ ପଛରେ ଏକ ବଡ଼ ଖୁଲାସା ହୋଇଛି । ସେ ଶାର୍ଦୁଳ ଠାକୁରଙ୍କ ବ୍ୟାଟରେ ମ୍ୟାଚ୍ ଖେଳିଥିଲେ ଏବଂ ଶତକ ହାସଲ କରିଥିବା ନିଜେ ଖୁଲାସା କହିଛନ୍ତି ଶାର୍ଦୁଳ ।

ଲର୍ଡ୍ସରେ ରୋହିତ ଇଂଲଣ୍ଡ ଦେଇଥିବା କଷ୍ଟକର ବିଜୟ ଲକ୍ଷ୍ୟ ପିଛା କରି ଭାରତକୁ ଆଶା ଦେଇଥିଲେ । ଦମଦାର ଶତକ ହାସଲ କରିବା ପଛରେ ଏକ କାହାଣୀ ସାମ୍ନାକୁ ଆସିଛି । ରୋହିତ ସେଞ୍ଚୁରୀ ହାସଲ କରିବା ପରେ ତାଙ୍କ ବ୍ୟାଟ୍ ଉପରେ କ୍ୟାମେରା ଫୋକସ ହୋଇଥିଲା । ଯେଉଁଥିରେ ଲେଖାଥିଲା ଶାର୍ଦୁଳ ଠାକୁର । ଶାର୍ଦୁଳ ଠାକୁର ନିଜେ ଖୁଲାସା କରିଛନ୍ତି କି, ରୋହିତ ଯେଉଁ ବ୍ୟାଟରେ ତାଙ୍କର ରେକର୍ଡ ବ୍ରେକିଂ ଶତକ ହାସଲ କରିଥିଲେ, ବାସ୍ତବରେ ସେହି ବ୍ୟାଟ୍ ତାଙ୍କର ଥିଲା । କାରଣ ଭାରତୀୟ ଷ୍ଟାର ବ୍ୟାଟର ଚଳିତବର୍ଷ ଆରମ୍ଭରେ ତାଙ୍କୁ କିଛି ବ୍ୟାଟ ମାଗିଥିଲେ ।

ଏହା ବି ପଢନ୍ତୁ...CWG 2026: ବିନା ଲଢ଼େଇରେ ପଦକ ନିଶ୍ଚିତ କଲେ ଲଭଲିନା, ଲନ୍ ବଲରେ ଜିତିଲା ଭାରତ  

ରୋହିତ ଲର୍ଡ୍ସରେ ତୃତୀୟ ଦିନିକିଆରେ ୧୧୦ ବଲରେ ୧୩୮ ରନର ଦମଦାର ଶତକ ହାସଲ କରିଥିଲେ । ଏହି ଐତିହାସିକ ଗ୍ରାଉଣ୍ଡରେ ଦିନିକିଆ ଶତକ ମାରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି । ୧୭ ଚୌକା ଏବଂ ୫ ଛକା ମାରି ସେଞ୍ଚୁରୀ ହାସଲ କରିଥିଲେ । ଇଂଲଣ୍ଡ ଦେଇଥିବା ୩୮୭ ରନର ବିଜୟ ଲକ୍ଷ୍ୟ ଫିଛା କରି ୨୭ରନରେ ହାରିଥିଲା ଭାରତ । ୨-୧ରେ ସିରିଜ ହରାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଯେଉଁ ବ୍ୟାଟରେ ଶତକ ହାସଲ କରିଥିଲେ ତାକୁ ନେଇ ସାର୍ଦୁଳ କହିଛନ୍ତି, ବ୍ୟାଟଟି ଶକ୍ତି ପ୍ରଦାନ କରିଥିଲା । ରୋହିତଙ୍କୁ ଏସଏସରୁ ମିଳୁଥିବା ବ୍ୟାଟ ପସନ୍ଦ କରନ୍ତି । ସେ ଦୁଇଟି ବ୍ୟାଟ ଦେବାକୁ ଅନୁରୋଧ କରିଥିଲେ । ସେଥିରୁ ଗୋଟିଏ ବ୍ୟାଟ୍ ଶେଷରେ ରୋହିତଙ୍କ କିଟ୍ ବ୍ୟାଗରେ ପହଞ୍ଚିଥିଲା । ଶତକ ସେହି ବ୍ୟାଟରୁ ଆସିଲା ।

ମୁମ୍ବାଇରେ ସାର୍ଦୁଳ ଏବଂ ରୋହିତଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି । ଦୁଇ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କକୁ ନେଇ କାହାଣୀ ବି ଆଶ୍ଚର୍ଯ୍ୟନଜକ । ରୋହିତ ଏବଂ ସାର୍ଦୁଳ ଦୁହେଁ ମୁମ୍ବାଇ କ୍ରିକେଟ ସହ ଜଡ଼ିତ । ସ୍ୱୀମୀ ବିବେକାନନ୍ଦ ଇଣ୍ଟରନ୍ୟାସନଲା ସ୍କୁଲରେ କୋଚ ଦିନେଶ ଲାଡଙ୍କ ମାର୍ଗଦର୍ଶନରେ ଆଗକୁ ବଢିଛନ୍ତି । ପରେ ଦୁହେଁ ମୁମ୍ବାଇକୁ ଏକାସଙ୍ଗରେ ପ୍ରତିନିଧିତ୍ୱ କରିଛନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡ୍ରେସିଂ ରୁମ ବି ସେୟାର କରିଛନ୍ତି ।