ନୂଆଦିଲ୍ଲୀ,୨୪/୦୭: ପ୍ରଶ୍ନପତ୍ର ଲିକକୁ ନେଇ ଦେଶରେ ଚାଲିଥିବା ଛାତ୍ର ବିକ୍ଷୋଭକୁ ବଲିଉଡ ସେଲିବ୍ରିଟିଠାରୁ ନେଇ କ୍ରିକେଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହାକୁ ନେଇ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଟିମ୍ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସମର୍ଥନ ବାର୍ତ୍ତା ସେୟାର କରିଛନ୍ତି । ଏକ୍ସରେ ପୋଷ୍ଟ ସେୟାର କରି ଛାତ୍ରଙ୍କୁ ସଟକଟ ଏବଂ ଚିଟିଂଠାରୁ ବିଫଳତା ଢେର ଭଲ ବୋଲି କହିଛନ୍ତି । ଦେଶର ଯୁବପୀଢିଙ୍କୁ ସମର୍ଥନ କରି ନୈତିକ ଦାୟିତ୍ୱ କଥା ମନେ ପକାଇ ଦେଇଛନ୍ତି ।
ଛାତ୍ର ମାନଙ୍କ ଯନ୍ତ୍ରଣାକୁ ବୁଝିବା ଏବଂ ସେମାନଙ୍କ କ୍ରୋଧକୁ ସମର୍ଥନ କରି ଏକ୍ସ ପୋଷ୍ଟରେ ସଚିନ୍ ମୂଲ୍ୟବାନ ଜୀବନ ଶିକ୍ଷା ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, '' ବିଫଳ ହେବାରେ କିଛି ଭୁଲ ନାହିଁ କିନ୍ତୁ ଠକିବା ସମ୍ପୂର୍ଣ୍ଣ ଭୁଲ । ଯେଉଁ ସମାଜ ପ୍ରୟାସ ଅପେକ୍ଷା ଫଳାଫଳକୁ ପ୍ରାଥମିକତା ଦିଏ, ପ୍ରାୟତଃ ସେମାନେ ଯୋଗ୍ୟତା ବଦଳରେ ସର୍ଟକଟ୍ ଖୋଜନ୍ତି । ଯଦି ଛାତ୍ରଛାତ୍ରୀ ଅନୁଭବ କରନ୍ତି, ସେମାନଙ୍କ କଠିନ ପରିଶ୍ରମର ଫଳ ମିଳିନାହିଁ । ଆମେ ନିଶ୍ଚିତ କରିବା ଉଚିତ ଯେ, ସେମାନେ ଆଉ କେବେ ଏପରି ଅନୁଭବ ନ କରନ୍ତୁ । ଯୁବପିଢ଼ିଙ୍କ ସ୍ୱପ୍ନକୁ ସୁରକ୍ଷା ଦେବା ଏବଂ ଏପରି ଏକ ପରିବେଶ ସୃଷ୍ଟି କରିବା ପିତାମାତା, ଶିକ୍ଷକ, ବିଦ୍ୟାଳୟ ଏବଂ ପ୍ରଶାସକମାନଙ୍କର ଦାୟିତ୍ୱ ଯେଉଁଠାରେ କେବଳ ସଚ୍ଚୋଟତା ଏବଂ ଯୋଗ୍ୟତା ପ୍ରାଧାନ୍ୟ ପାଇବ ।
ଏହା ବି ପଢନ୍ତୁ...Shreyas Iyer: ୬ ପରାଜୟ ପରେ ଭାରତ ଜିତିଲା...ବଡ଼ କଳଙ୍କ ମୁଣ୍ଡାଇଲେ କ୍ୟାପ୍ଟେନ୍ ଶ୍ରେୟସ
ସେହିପରି ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ କହିଛନ୍ତି, ସବୁ ଛାତ୍ରଙ୍କୁ ସ୍ୱପ୍ନ ଦେଖିବାର ଅଧିକାର ରହିଛି । ଆମର ଯୁବପିଢ଼ିର ଶିଖିବା, ସ୍ୱପ୍ନ ଦେଖିବା ଏବଂ ଦେଶର ଭବିଷ୍ୟତ ଗଠନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ସେ ଶିକ୍ଷା ହେଉଛି ରାଷ୍ଟ୍ର ନିର୍ମାଣର ପ୍ରକୃତ ଶକ୍ତି । ପ୍ରତ୍ୟେକ ଛାତ୍ରଙ୍କ ସର୍ବୋତ୍ତମ ସ୍ୱାର୍ଥ, ପାରସ୍ପରିକ ସମ୍ନାନ ଏବଂ ସହାନୁଭୂତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବା ଉଚିତ୍ । ଭାରତର ଭବିଷ୍ୟତ ପାଇଁ ।'' ଗିଲଙ୍କର ଏହି ବାର୍ତ୍ତା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା । ଏହାକୁ ନେଇ ବହୁ ସଂଖ୍ୟକ ଲୋକ ସେମାନଙ୍କ ସନ୍ତୁଳିତ ଏବଂ ସକାରାତ୍ମକ ବାର୍ତ୍ତାକୁ ପ୍ରଶଂସା କରିଛନ୍ତି ।