ନୂଆଦିଲ୍ଲୀ,୨୪/୦୭: ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ସିରିଜ ପରାଜିତ ହେବା ପରେ ଶେଷରେ ଭାରତ ବିଜୟ ଧାରାକୁ ଫେରିଛି । ଜିମ୍ବାୱେ ଗସ୍ତରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଦଳ ୭ ୱିକେଟ୍ରେ ବିଜୟୀ ହୋଇଛି । ୧୨୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୩.୨ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଛି । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତ ଲଗାତାର ୬ଟି ମ୍ୟାଚ ହାରିବା ପରେ ଶେଷରେ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆର ମରୁଡ଼ି ଶେଷ ହୋଇଛି । ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଛି ସତ, କିନ୍ତୁ କ୍ୟାପ୍ଟେନ୍ ଆୟରଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ଯୋଡି଼ ହୋଇଛି ।
ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ମ୍ୟାଚରେ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଜିମ୍ୱାୱେ ୨୦ ଓଭରରେ ୧୨୫ ରନ କରିଥିଲା । ଭାରତ ଆଗରେ ୧୨୬ ରନର ସହଜ ବିଜୟ ଲକ୍ଷ୍ୟ ଥିଲା । ଭାରତ ୧୩.୨ ଓଭରରେ ଟାର୍ଗେଟ୍ ହାସଲ କରିନେଇଥିଲା । ଭାରତ ମ୍ୟାଚ୍ ଜିତିଥିଲା, କିନ୍ତୁ ଆୟରଙ୍କ ନାମରେ କଳା ଦାଗ ଲାଗିଥିଲା । ସେ ପ୍ରତ୍ୟେକ ମ୍ୟାଚରେ ଟସ୍ ଜିତିବା ପରେ ମ୍ୟାଚ ହାରିବାରେ ବିଶ୍ୱର ଦ୍ୱିତୀୟ ଅଧିନାୟକ ହୋଇଥିଲା । ୭ଟି ମ୍ୟାଚରେ ଘଟିଥିଲା । ଏହି ଧାରା ଅଷ୍ଟମ ମ୍ୟାଚରେ ଶେଷ ହୋଇଥିଲା । ଶ୍ରେୟାସ ଆୟରଙ୍କ ପୂର୍ବରୁ ଏହି ଅଲୋଡ଼ା ରେକର୍ଡ ବୁଲଗେରିଆର ଅଧିନାୟକ ପ୍ରକାଶ ମିଶ୍ରଙ୍କ ନାମରେ ଥିଲା । ୨୦୧୧ରେ ୭ଟି ମ୍ୟାଚରେ ଟସ୍ ଜିତିଥିଲେ କିନ୍ତୁ ଗୋଟିଏ ବି ମ୍ୟାଚ୍ ଜିତିପାରି ନଥିଲେ । ଏହି ତାଲିକାରେ ଆର୍ଜେଣ୍ଟିନା କ୍ରିକେଟ ଅଧିନାୟକ ହର୍ଣ୍ଣାନ୍ ଫେନେଲ୍ ମଧ୍ୟ ଅଛନ୍ତି । ଯିଏ କି, ୨୦୧୧-୨୩ ମଧ୍ୟରେ ଲଗାତାର ୬ଟି ମ୍ୟାଚରେ ଟସ୍ ଜିତିଥିଲେ କିନ୍ତୁ ମ୍ୟାଚ୍ ଜିତି ପାରିନଥିଲେ ।
ଏହା ବି ପଢନ୍ତୁ...Rohit Sharma: ଲର୍ଡ୍ସରେ ଶାର୍ଦୁଳଙ୍କ ବ୍ୟାଟରେ ଶତକ ମାରିଥିଲେ ରୋହିତ, ସାମ୍ନାକୁ ଆସିଲା ମଜାଦାର କନେକ୍ସନ
ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ନେତୃତ୍ୱ ପରିବର୍ତ୍ତନ କରାଯାଇଥିଲା । ଆଇପିଏଲ ପ୍ରଦର୍ଶନ ଆଧାରରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟର ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । କିନ୍ତୁ ଦଳ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା । ସେମିତି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ସିରିଜରେ ଗୋଟିଏ ବି ମ୍ୟାଚ ଜିତି ପାରି ନଥିଲା । ଯଦିଓ ଗୋଟିଏ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା । ଜିମ୍ବାୱେ ବିପକ୍ଷ ହରାରେରେ ଯୁବ ଦଳ ପୂର୍ବ ପରାଜୟ ଧାରା ଭଙ୍ଗ କରି ୭ଟି ମ୍ୟାଚ ପରେ ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଛି । ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଏହା ଦଳର ପ୍ରଥମ ବିଜୟ ।
ଏହା ବି ପଢନ୍ତୁ...ବୈଭବଙ୍କ ଅର୍ଦ୍ଧଶତକ, ଜିମ୍ବାଓ୍ବେକୁ ପ୍ରଥମ ଟି-୨୦ ହରାଇଲା ଭାରତ