ଭୁବନେଶ୍ବର, ୨।୬ : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ମଙ୍ଗଳବାର ବାଲିଅନ୍ତା ସ୍ଥିତ କ୍ରାଇମ୍ ସ୍ପଟକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଘଟଣାର ତଦନ୍ତ କରିଛନ୍ତି। ଏହି ଟିମ୍ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ଏହା ସହିତ ସୌମ୍ୟଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି।
ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଛି। ମଙ୍ଗଳବାର ସକାଳେ ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରିଛନ୍ତି ଟିମ୍ । ଏହି ୭ଜଣଙ୍କ ଭିତରେ ADGଙ୍କ ଘରେ ନିୟୋଜିତ କନଷ୍ଟେବଲ, ୨ଜଣ PSO, ଡ୍ରାଇଭର ଅଛନ୍ତି। ପରେ ଅପରାହ୍ଣରେ କ୍ରାଇମ ସ୍ପଟକୁ ଯାଇ, କେଉଁ ପରିସ୍ଥିତିରେ ସୌମ୍ୟଙ୍କ ହତ୍ୟା ହେଲା ତାହା ଜାଣିବାକୁ ଚାହିଁଥିଲେ। ସେଠାରେ ଥିଲେ ବାଲିଅନ୍ତାର ତତ୍କାଳୀନ ପୋଲିସ ଅଧିକାରୀ ଅନୀଲ ପରିଡ଼ା। ଏନଏଚଆରସି ସଦସ୍ୟ ତାଙ୍କୁ ପଚରାଉଚରା କରିଥିଲେ।
ସେପଟେ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ଦୀପୁ ଓରଫ ପ୍ରଦୀପ ମଙ୍ଗରାଜକୁ ଢେଙ୍କାନାଳରୁ ଗିରଫ କରାଯାଇଥିବା ବେଳେ ମୋଟ ଗିରଫଦାରୀ ସଂଖ୍ୟା ୧୮ରେ ପହଞ୍ଚିଛି।
ଆହୁରି ପଢନ୍ତୁ : ହାତୀ ମାରି ପୋତିଦେବା ଘଟଣା, ହିନ୍ଦୋଳ ଫରେଷ୍ଟର ନିଲମ୍ବିତ