ନୂଆଦିଲ୍ଲୀ, ୧୪/୦୫: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଚାର୍ଜସିଟ୍ ଦାଖଲ । NIA ପକ୍ଷରୁ ୧୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ବୁଧବାର ଦିଲ୍ଲୀ ସ୍ବତନ୍ତ୍ର ଅଦାଲତରେ ସାଢ଼େ ୭ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ୨୦୨୫ରେ ଘଟିଥିବା ଏହି ବିସ୍ଫୋରଣରେ ୧୧ଜଣ ପ୍ରାଣ ହରାଇଥିଲେ ଏବଂ  ଗୁରୁତର ଭାବେ ଆବତ ହୋଇଥିଲେ । ଏହି ଘଟଣାରେ ଏନଆଇଏ ତଦନ୍ତ କରି ୧୦ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧ ପ୍ରମାଣ ମିଳିବା ପରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି ।

ଏନଆଇଏ ଅନୁଯାୟୀ, ସମସ୍ତ ୧୦ ଜଣ ଅଭିଯୁକ୍ତ ‘ଅନସାର ଗଜୱତ-ଉଲ-ହିନ୍ଦ୍ (AGuH)’ ସଂଗଠନ ସହିତ ଜଡିତ ଥିଲେ । ଯାହାକୁ ଅଲ-କାଏଦା ପ୍ରେରିତ ଆତଙ୍କବାଦୀ ସଂଗଠନ ବୋଲି କୁହାଯାଇଛି । ଏହି ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଉମର ଉନ ନବୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହିତ ଅନ୍ୟ ୯ଜଣ ଅଭିଯୁକ୍ତଙ୍କ ନାଁ ଚାର୍ଜସିଟରେ ସାମିଲ କରାଯାଇଛି ।

ଡାକ୍ତର ନବୀଙ୍କ ବ୍ୟତୀତ, ଚାର୍ଜସିଟରେ ସାମିଲ୍ ଥିବା ଅଭିଯୁକ୍ତ ମାନେ ହେଲେ ଆମିର ରଶିଦ ମିର, ଜସିର ବିଲାଲ ୱାନି, ଡାକ୍ତର ମୁଜମ୍ମିଲ ଶକିଲ, ଡାକ୍ତର ଅଦିଲ ଆହମଦ ରାଥର, ଡାକ୍ତର ଶାହିନ ସଇଦ, ମୁଫ୍ତି ଇରଫାନ ଆହମଦ ୱାଗେ, ସୋଏବ, ଡାକ୍ତର ବିଲାଲ୍ ନସିର ମଲ୍ଲା ଏବଂ ୟାସିର ଆହମଦ ଡାର୍ । ଚାର୍ଜସିଟ୍ ପ୍ରସ୍ତୁତ କରିବା ପୂର୍ବରୁ ଜାତୀୟ ଯାଞ୍ଚ ଏଜେନ୍ସି ଦେଶର ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଛି । ଜମ୍ମୁ-କାଶ୍ମୀର, ହରିୟାଣା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀ-ଏନସିଆର ଭଳି ଅଞ୍ଚଳକୁ ବ୍ୟାପି ଥିଲା ଏହାର ଲିଙ୍କ୍ । ଏଥିରେ ୫୮୮ଟି ମୌଖିକ ସାକ୍ଷ୍ୟ, ୩୯୫ରୁ ଅଧିକ ଦଲିଲପତ୍ର ଏବଂ ୨୦୦ରୁ ଅଧିକ ଜବତ ସାମଗ୍ରୀକୁ ପ୍ରମାଣ ସ୍ବରୂପ ସାମିଲ୍ କରାଯାଇଛି ।

ଅଧିକ ପଢନ୍ତୁ- Delhi Bus Gangrape: ରାଜଧାନୀରେ ବର୍ବରତା; ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ​​​​​​​