ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

କୋର୍ଟରେ ଏନ୍‌ଆଇଏର ସନ୍ଦେହ: ମୁମ୍ବାଇ ଆକ୍ରମଣ ପରି ଅନ୍ୟ ସହର ପାଇଁ ମଧ୍ୟ ଷଡ଼ଯନ୍ତ୍ର କରିଥିଲା ତହବୁର ରାଣା

Published By : Prameya | April 11, 2025 4:36 PM

  • ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଏବେ ଏନ୍‌ଆଇଏ ହାତରେ
  • ଅନ୍ୟ ସହର ଉପରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଏନ୍‌ଆଇଏର ସନ୍ଦେହ
  • ଦୀର୍ଘ ସମୟ ଧରି ତଦନ୍ତ କରିବ ଏନ୍‌ଆଇଏ, ତହବୁର କରିପାରେ ସିନ୍‌ ରିକ୍ରିଏସନ୍‌
  • ତଦନ୍ତ ପାଇଁ ଅନେକ ସ୍ଥାନକୁ ଯିବ ଏନ୍‌ଆଇଏ, କଡ଼ା ସୁରକ୍ଷାରେ ମୋଷ୍ଟ ଓ୍ବାଣ୍ଟେଡ୍‌ ତହବୁର  

ନୂଆଦିଲ୍ଲୀ,୧୧/୦୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ଦିନ ଦିଲ୍ଲୀର ଏକ କୋର୍ଟକୁ କହିଛି ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣା ଭାରତର ଅନ୍ୟ ସହରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ସମାନ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଉଛି। ଏହି ଯୁକ୍ତିକୁ ଗ୍ରହଣ କରି, ସ୍ୱତନ୍ତ୍ର ବିଚାରପତି ଚନ୍ଦର ଜିତ ସିଂହ ରାଣାକୁ ୧୮ ଦିନିଆ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି। ଏନଆଇଏ କୋର୍ଟକୁ କହିଛି ଯେ ସେମାନେ ରାଣାକୁ ବିସ୍ତୃତ ଭାବରେ ପଚରାଉଚରା କରିବେ ଏବଂ ୧୭ ବର୍ଷ ପୁରୁଣା ଘଟଣାକୁ ପୁଣିଥରେ ବୁଝିବା ପାଇଁ ତାକୁ ଅନେକ ସ୍ଥାନକୁ ନେବାକୁ ପଡ଼ିବ।

ଏଜେନ୍ସି ଅନୁଯାୟୀ, ଷଡ଼ଯନ୍ତ୍ରର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ଏବଂ ଆତଙ୍କବାଦୀ ନେଟୱାର୍କର ଫର୍ଦ୍ଦ ଖୋଲିବା ପାଇଁ ରାଣାକୁ ଏକ ଦୀର୍ଘ ହେପାଜତର ଆବଶ୍ୟକତା ଅଛି। ବିଚାରପତି ନିର୍ଦ୍ଦେଶରେ କହିଛନ୍ତି ଯେ ପ୍ରତି ୨୪ ଘଣ୍ଟାରେ ରାଣାର ଡାକ୍ତରୀ ପରୀକ୍ଷା କରାଯିବା ଉଚିତ ଏବଂ ପ୍ରତି ଦୁଇ ଦିନରେ ତାକୁ ତାର ଓକିଲକୁ ଭେଟିବାକୁ ଅନୁମତି ଦିଆଯିବା ଉଚିତ। ଏହା ବ୍ୟତୀତ, ତାକୁ ଏନ୍‌ଆଇଏ ଅଧିକାରୀଙ୍କ ଉପସ୍ଥିତିରେ କେବଳ 'ସଫ୍ଟ-ଟିପ୍' ପେନ୍ ବ୍ୟବହାର କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଦୂରତାରୁ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି।

କଡ଼ା ସୁରକ୍ଷା ଭିତରେ ତହବୁର:

ରାଣାର ହାଜର ସମୟରେ କୋର୍ଟ ପରିସରରେ ଏନ୍‌ଆଇଏ ଡିଆଇଜି, ଜଣେ ଆଇଜି ଏବଂ ଦିଲ୍ଲୀ ପୋଲିସର ପାଞ୍ଚ ଜଣ ଡିସିପି ଉପସ୍ଥିତ ଥିଲେ। ଏନଆଇଏ କହିଛି ଯେ ପଚରାଉଚରା ସମୟରେ, ରାଣାକୁ ସେ ପୂର୍ବରୁ ଯାଇଥିବା ସ୍ଥାନଗୁଡ଼ିକୁ ନିଆଯାଇପାରେ, ଯାହାଦ୍ୱାରା ଘଟଣାଗୁଡ଼ିକର ନାଟ୍ୟ ରୁପାନ୍ତର କରାଯାଇପାରିବ ଏବଂ ତଦନ୍ତକୁ ଆଗକୁ ନିଆଯାଇପାରିବ। ଉଲ୍ଲେଖଯାଗ୍ୟ ଯେ, ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୩୮ ରୁ ଅଧିକ ଆହତ ହୋଇଥିଲେ। ଏନ୍‌ଆଇ ଏବେ ଏହି ଆକ୍ରମଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରୁଛି। ରାଣା ଏବେ ୧୮ ଦିନ ପାଇଁ ଏନ୍‌ଆଇଏ ହେପାଜତରେ ରହିବ। ଏହାରି ଭିତରେ ଏଜେନ୍ସି ୨୦୦୮ ର ଆକ୍ରମଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ରାଣାକୁ ବିସ୍ତୃତ ଭାବରେ ପଚରାଉଚରା କରିବାକୁ ଯୋଜନା କରୁଛି।

କହିରଖୁଛୁ ଯେ, ତହୱୁର ହୁସେନ ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ନାଗରିକ ଯିଏକି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲା। ସେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲା, ଏବଂ ପାକିସ୍ତାନୀ ସେନାରେ ଜଣେ ଡାକ୍ତର ଭାବରେ କାର୍ଯ୍ୟ ମଧ୍ୟ କରିଥିଲା। ୧୯୯୭ ମସିହାରେ, ରାଣା କାନାଡା ଚାଲିଯାଇ‌ଥିଲା, ସେଠାରେ ସେ ଫାଷ୍ଟ ୱାର୍ଲ୍ଡ ଇମିଗ୍ରେସନ ସର୍ଭିସେସ୍ ନାମକ ଏକ ଇମିଗ୍ରେସନ ସେବା କମ୍ପାନୀ ସ୍ଥାପନ କରିଥିଲା, ଏହି କମ୍ପାନୀର ମୁମ୍ବାଇରେ ମଧ୍ୟ ଏକ ଶାଖା ଥିଲା। ରାଣା ୨୬/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲି ସହ ରାଣାର ଘନିଷ୍ଠ ସମ୍ପର୍କ ଥିଲା। ଆକ୍ରମଣ ପୂର୍ବରୁ ରାଣାର ଟ୍ରାଭେଲ ଏଜେନ୍ସି ଶାଖା 'ଫାଷ୍ଟ ୱାର୍ଲ୍ଡ' ବ୍ୟବହାର କରି ହେଡଲି ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ର କରିଥିବା କୁହାଯାଉଛି।

You can aslo read: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ପ୍ୟାକେଜ୍‌ ଖାଦ୍ୟ ଉପରେ ସ୍ପଷ୍ଟ ଚେତାବନୀ ରଖ...


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.