ଭୁବନେଶ୍ବର, ୨୯।୧୧ : ଏକ ଘର ନିର୍ମାଣ ପାଇଁ ବିଲଡିଂ ପ୍ଲାନ ଅନୁମୋଦନ କରିବାକୁ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନିମାପଡା ଏନଏସି ଅମିନ। ପ୍ରଥମ ପର୍ଯ୍ୟାୟରେ ୧୩ ହଜାର ଟଙ୍କା ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅମିନ ଜଣକ ହେଲେ ବିଜୟ କୁମାର ଗ୍ରହାଚାର୍ଯ୍ୟ।

ଆବେଦନକାରୀ ୨୦୨୫ ମାର୍ଚ୍ଚ ମାସରେ ନିମାପଡା ଏନଏସି ଅଞ୍ଚଳରେ ଏକ ଘର ନିର୍ମାଣ ପାଇଁ ବିଲ୍ଡିଂ ପ୍ଲାନ ଅନୁମୋଦନ ପାଇଁ ଆବେଦନ କରିଥିଲେ। ଆବେଦନକାରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅମିନ ଫାଇଲ୍ ପ୍ରକ୍ରିୟାରେ ବିଳମ୍ବ କରିଥିଲେ। ଅମିନ ଗ୍ରହାଚାର୍ଯ୍ୟ ଆବେଦନକାରୀଙ୍କୁ ୩୩ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ। ଆବେଦନକାରୀ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। ପରେ ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ଅମିନ ଗ୍ରହାଚାର୍ଯ୍ୟ ପ୍ରଥମେ ୩ ହଜାର ଓ ପରେ ୧୦ ହଜାର ଟଙ୍କା ଆବେଦନକାରୀ ଦେଇଥିଲେ। ପରେ ଏ ନେଇ ଆଦେନକାରୀ ଭିଜିଲାନ୍ସରେ ଜଣାଇଥିଲେ। ତେବେ ଆଜି ଲାଞ୍ଚର ବାକି ୧୭ ହଜାର ଟଙ୍କା ନେଉଥିଲେ। ତେବେ ଭିଜିଲାନ୍ସ ଟିମକୁ ଦେକି ଟଙ୍କାଙ୍କୁ ଗାଡି ପାର୍କିଂ ନିକଟରେ ପକାଇ ଦେଇଥିଲେ। ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କା ଜବତ କରିଥିଲେ।