ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ସ୍କୁଲରେ ପରିସ୍ରା କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପିଟି ନୋଳା ଫଟାଇଦେଲେ ନବମ ଛାତ୍ର

Published By : Rasmita Pradhan | February 25, 2025 9:47 AM

ଭୁବନେଶ୍ଵର, ୨୫/୦୨ : ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼। ପିଠିରେ ନୋଳା ଫଟାଇଦେଲେ ନବମ ଶ୍ରେଣୀ ଛାତ୍ର। ଉଦଳା ଥାନା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଘଟଣା। ସାର୍‌ଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ମାଡ଼ ମାରି ନୋଳା ଫଟାଇ ଦେଇଛନ୍ତି ଛାତ୍ର।

ସୂଚନାନୁଯାୟୀ, ଉଦଳା ଥାନା ମଦନାପାଳ ଗ୍ରାମର ଯୁଗଳ ବେହେରାଙ୍କ ଝିଅ ରଚନା ବେହେରା ସୋମବାର ସ୍କୁଲ ଯାଇଥିଲେ। ହେଲେ ମାନସିକ ବିକାରଗ୍ରସ୍ତ ହେତୁ ସେ ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ। ଯାହାକୁ ପରିଷ୍କାର କରିବା ନିମନ୍ତେ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ। ହେଲେ ସେ ସଫା ନକରିବାରୁ ମାନସିକ ବିକାରଗ୍ରସ୍ତ ରଚନାଙ୍କୁ ଗୁଡୁ ନାମକ ଜଣେ ନବମ ଶ୍ରେଣୀ ଛାତ୍ର ନିର୍ଘାତ ମାଡ଼ ମାରିଥିଲେ। ଅତି ଅମାନୁଷିକ ଭାବେ ରଚନାଙ୍କୁ ବାଡ଼ିରେ ପିଟିପିଟି ନୋଳା ଫଟାଇ ଦେଇଥିଲେ। ରଚନା ଘରକୁ ଫେରିବା ପରେ ତାଙ୍କ ମା ଏହା ଦେଖି ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ର ଜଣଙ୍କ ଦିବ୍ୟାଙ୍ଗ ଛାତ୍ରୀଙ୍କୁ କିପରି ମାଡ଼ ମାରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଏହି ଖବରଟିକୁ ପଢନ୍ତୁ-ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.