ନୂଆଦିଲ୍ଲୀ,୧୦/୦୩: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଇଣ୍ଡିଆ ଏଆଇ କମ୍ପ୍ୟୁଟ ପୋର୍ଟାଲ ଏବଂ ଡାଟାବେସ୍‌  ପ୍ଲାଟଫର୍ମ ଏଆଇ କୋଷ ଲଞ୍ଚ କରିଛନ୍ତି । ଏହା ସହ ୨୭ ସହରରେ  ଏଆଇ ଡାଟା ଲ୍ୟାବ ସ୍ଥାପନ କରିବାକୁ ଏଠାରେ ଘୋଷଣା କରାଯାଇଛି ।  

ଏଆଇକୋଷ ସୋଭରେନ ଡାଟାସେଟ୍‌ ପ୍ଲାଟଫର୍ମ ହୋଇଥିବା ବେଳେ  ଭାରତୀୟ ଏଆଇ ମଡେଲ ବିକଶିତ କରିବାରେ ସହାୟତା କରିବ । ସେହିଭଳି  ଇଣ୍ଡିଆ ଏଆଇ କମ୍ପ୍ୟୁଟ ପୋର୍ଟାଲରେ ଗବେଷକ, ଷ୍ଟାର୍ଟଅପ, ସରକାରୀ  ଏଜେନ୍ସି, ଗବେଷଣା ଏବଂ ବିକାଶ ଲାଗି ସବସିଡି ଭିତ୍ତିକ ଜିପିୟୁ ଆକ୍‌ସେସ୍‌  କରିପାରିବେ । ସରକାର ଜିପିୟୁ ସବ୍‌ସିଡି ରେଟ୍‌କୁ ପ୍ରତିଘଣ୍ଟା ୬୭ ଟଙ୍କା  କରିଛନ୍ତି । ସାରା ଦେଶରେ ଆସିବାକୁ ଥିବା ୨୭ ଏଆଇ ଡାଟା ଲ୍ୟାବ୍‌ ଏଆଇ ଗବେଷଣା ଏବଂ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ ।