ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଜେଟ୍‌ ୨୦୨୫: କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି, ଚଳିତ ବର୍ଷ ନିର୍ମାଣ ହେବ ୨୦୦ ଡେ କ୍ୟାନସର କେୟାର ସେଣ୍ଟର

Published By : Swapna Ray | February 1, 2025 12:09 PM

ନୂଆଦିଲ୍ଲୀ, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି । ଏହି ବଜେଟ୍ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ଯୋଜନା ଆଣିଥିବା ଆଶା କରାଯାଉଛି । ଚଳିତ ବର୍ଷ ସରକାର ମହଙ୍ଗା ଓ ଟ୍ୟାକ୍ସ ଉପରେ ଏକାଧିକ ଆଶ୍ୱସନା ଦେବା ନେଇ ଘୋଷଣା କରିଛନ୍ତି । ବିତ୍ତୀୟ ମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିଥିଲେ । ଗତ ୪ ବଜେଟ୍ ଓ ଅନ୍ତରୀଣ ଭଳି ଏହି ବଜେଟ୍‌ ମଧ୍ୟ ପେପରଲେସ୍ ରହିଛି । 

ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନୂଆ କ’ଣ ?

ଆଗାମୀ ୩ ବର୍ଷରେ ସମସ୍ତ ଜିଲ୍ଲାରେ ଡେ କେୟାର କ୍ୟାନସର ସେଣ୍ଟର ଡାକ୍ତରଖାନା ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ସରକାର । ଶନିବାର ବଜେଟ୍ ଉପସ୍ଥାପନରେ ୨୦୨୫-୨୬ରେ ଦେଶରେ ଚଳିତ ବର୍ଷ ୨୦୦ ଡେ କେୟାର କ୍ୟାନସର ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ୨୦୨୫-୨୬ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ପିଏମ୍ ଜନ ଆରୋଗ୍ୟ ଯୋଜନା ଅଧିନରେ ପାଖାପାଖି ୧ କୋଟି ଠିକା କର୍ମଚାରୀ ଚିକିତ୍ସାର ଲାଭ ପାଇବେ । ଆଗାମୀ ବର୍ଷରେ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦ ହଜାର ସିଟ୍‌ ଦିଆଯିବା ସହ ଆଗାମୀ ୫ ବର୍ଷରେ ଏହା ୭୫ ହଜାରକୁ ବୃଦ୍ଧି ପାଇବ ବୋଲି ଘୋଷଣା କରିଛନ୍ତି । ଆଗାମୀ ୧୦ ବର୍ଷରେ ଡାକ୍ତରୀ ଶିକ୍ଷା ପାଇଁ ୧୩୦ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୟୁଜି-ପିଜି ସିଟ୍ ଦିଆଯିବାକୁ ଯୋଜନା କରାଯାଇଛି । ଏଥିସହ ଆଗାମୀ ୩ ବର୍ଷରେ ପ୍ରତ୍ୟେକ ଜିଲ୍ଲାରେ ଡେ କେୟାର କ୍ୟାନସର ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପ୍ରଦାନ କରାଯିବ । 

ଅନ୍ୟପଟେ ଗମ୍ଭୀର ରୋଗର ଚିକିତ୍ସା ପାଇଁ ଥିବା ୩୬ଟି ଔଷଧ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସରେ ଛାଡ଼ କରାଯାଇଛି । ୩୬ଟି ଜୀବନ ରକ୍ଷକ ଔଷଧ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ କ୍ୟାନସର ଡେ କେୟାର ସେଣ୍ଟର ତିଆରି କରିବାକୁ ମଧ୍ୟ ଘୋଷଣା କରାଯାଇଛି । କ୍ୟାନସରର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧଗୁଡ଼ିକ ମଧ୍ୟ ଶସ୍ତା ହେବ । ୬ ଜୀବନ ରକ୍ଷକ ଔଷଧ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସକୁ ୫ ପ୍ରତିଶତ କରିଦିଆଯିବ । 

 

 

 

 

 


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.