ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଅର୍ଥମନ୍ତ୍ରୀଙ୍କୁ ସେ ବଜେଟ ୨୦୨୫ ଦିବସର ଶାଢୀ ଉପହାର ଦେଇଥିଲେ , ଜାଣନ୍ତୁ ସେ କିଏ ?

Published By : Prameya | February 1, 2025 10:45 PM

ନୂଆଦିଲ୍ଲୀ : ଭାରତୀୟ କଳାର ଦୁନିଆରେ କିଛି ଏମିତି ପରମ୍ପରା ଅଛି, ଯାହାକି ଖୁବ୍ ସ୍ୱତନ୍ତ୍ର ଓ ନିଆରା। ଏମିତି ଗୋଟିଏ ହେଉଛି ବିହାରର ମଧୁବନୀ କଳା। ଯାହାରି ଖୁବ୍‌ ଆକର୍ଷଣୀୟ ଓ ପ୍ରତିକାତ୍ମକ। ନିଜର ଜୀବନ୍ତ ରଙ୍ଗ ଓ ଜଟିଳ ପ୍ୟାଟର୍ଣ୍ଣ ସହ ଏହି ଲୋକ କଳା ଦୀର୍ଘ ଦିନରୁ ମିଥିଳା କ୍ଷେତ୍ରର ସାଂସ୍କୃତିକ ପରିଚୟ ପାଲିଟିଛି। କିନ୍ତୁ ଚଳିତ ବର୍ଷ, ଏହି ପରମ୍ପରାକୁ ସେତେବେଳେ ବିଶେଷ ପରିଚୟ ମିଳିଛି, ଯେବେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ୨୦୨୫ ପାଇଁ ମଧୁବନୀ ଶାଢି ପିନ୍ଧିବାକୁ ସ୍ଥିର କଲେ , ଯାହାକୁ ଆଉ କେହି ନୁହେଁ ଏହି କ୍ଷେତ୍ରର ପ୍ରସିଦ୍ଧ କାରିଗର ପଦ୍ମଶ୍ରୀ ଦୁଲାରୀ ଦେବୀ ତାଙ୍କୁ ଉପହାରରେ ଦେଇଥିଲେ।

ନିର୍ମଳା ସୀତାରମଣ ଏହି ଶାଢି ପିନ୍ଧି ଏକ ଅବିସ୍ମରଣୀୟ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ପ୍ରଦାନ କରିଛନ୍ତି। ଏହି ଅବସର ପାଇଁ ସେ ଯେଉଁ ଶାଢିକୁ ପସନ୍ଦ କଲେ , ଏହା ଉପରେ ମଧୁବନୀର ସୁନ୍ଦର କଳାକୃତି ସବୁ ଥିଲା। ତାହା କେବଳ ଏକ ପରିଧାନ ନଥିଲା, ବରଂ ଭାରତର କାଳାତୀତ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଥିଲା। ଜଟିଳ ଡିଜାଇନ ସହ ହାତରେ ଚିତ୍ରିତ କରାଯାଇ ଥିବା ଏହି ଶାଢି ଦୁଲାରୀ ଦେବୀଙ୍କ ପକ୍ଷରୁ ଏକ ଉପହାର ଥିଲା। ଯିଏକି ମଧୁବନୀରେ ମିଥିଳା କଳା ସଂସ୍ଥାରେ ଏକ ବୈଠକ ବେଳେ ଏହାକୁ ସୀତାରମଣଙ୍କୁ ପ୍ରଦାନ କରିଥିଲେ। 

କ୍ରେଡିଟ୍‌ ଆଉଟରିଚ୍‌ କାର୍ଯ୍ୟକ୍ରମ ବେଳେ ଅନୁଷ୍ଠିତ ଏହି ବୈଠକରେ ମଧୁବନୀ କଳାର ମହତ୍ତ୍ୱ ବିଷୟରେ ଖୁବ୍‌ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେଲା। ପଦ୍ମଶୀ ପୁରସ୍କାରରେ ସମ୍ମାନିତ ତଥା ଜଣେ ନିପୁଣ କାରିଗର ଦୁଲାରୀ ଦେବୀ ସୀତାରମଣଙ୍କୁ ବଜେଟ୍‌ ଦିନ ଶାଢି ପିନ୍ଧିବାକୁ ଅନୁରୋଧ କଲେ , ଯାହାକୁ ଅର୍ଥମନ୍ତ୍ରୀ ସ୍ୱୀକାର କରି ନେଇ ଥିଲେ, ଯେଉଁଥିରେ ଭାରତୀୟ ହସ୍ତ ତିଆରି ବସ୍ତ୍ର ଓ ଶିଳ୍ପର ଅଭିବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଆହୁରି ବଢିଯାଇଛି। 

ଦୁଲାରୀ ଦେବୀ କିଏ ?

ବିହାରର ମଧୁବନୀ ଜିଲ୍ଲାର ରାଣ୍ଟି ଗାଁରେ ୧୯୬୮ରେ ଜନ୍ମିତ ଦୁଲାରୀ ଦେବୀ ନିଷାଦ ( ମତ୍ସଜୀବୀ) ବା ମଲ୍ଲାହ ସଂପ୍ରଦାୟର। ଚାଳ ଛପରର ଏକ ସାଧାରଣ ଘରେ ଲାଳନ ପାଳନ ହୋଇଥିବା ଦୁଲାରୀ ଦେବୀ, କେବେ ସ୍କୁଲ ଯାଇ ନାହାନ୍ତି କି ତାଙ୍କୁ କେବେ ଔପଚାରିକ ଶିକ୍ଷା ମିଳି ନାହିଁ। ପାଖାପାଖି ୧୨ ବର୍ଷ ବୟସରେ ବିବାହ କରିବା ପରେ ଦୁଲାରୀଙ୍କୁ ପେଣ୍ଟିଂରେ ଖୁବ୍‌ ଆନନ୍ଦ ମିଳୁଥିଲା ଏବଂ ସେ ଏହାକୁ ନିଜ ଜୀବନର ମୁସ୍କିଲରେ ବଞ୍ଚିବାର ଏକ ଉପାୟ ଭାବି ନେଲେ। ଦୁଲାରୀ ଆରମ୍ଭରେ ନିଜ କୁଡ଼ିଆର ଚଟାଣରେ ଡାଳରେ ପ୍ୟାଟର୍ଣ୍ଣ ତିଆରି କଲେ।

ମଧୁବନୀ କାରିଗର ଦୁଲାରୀଙ୍କ ଯାତ୍ରା ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇ ଥିଲା। ନିଜ ପରିବାରର ଭରଣ ପୋଷଣ କରିବା ପାଇଁ ସେ ଜଣେ ଘରୋଇ ସହାୟିକା ଭାବେ କାମ କରି ଥିଲେ। ଯେବେ ସେ ପ୍ରସିଦ୍ଧ ମଧୁବନୀ କାରିଗର ମହାସୁନ୍ଦରୀ ଦେବୀ ଓ କର୍ପୁରୀ ଦେବୀଙ୍କ ପାଇଁ କାମ କରିବା ଆରମ୍ଭ କଲେ , ତ ଭାଗ୍ୟ ତାଙ୍କୁ ସହଯୋଗ କରିଥିଲା। ମହାସୁନ୍ଦରୀ ଦେବୀଙ୍କ ଘରେ ପ୍ରଶିକ୍ଷଣ ନେଇଥିବା ବେଳେ ,ଦୁଲାରୀ ପ୍ରଥମ ଥର ପେଣ୍ଚବ୍ରଶ ଉଠାଇଲେ , ଏକ ଏମିତି କ୍ଷଣ ଥିବା ତାହା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଲା। 

ତାଙ୍କର କଳା ଲଗାତାର ବିକଶିତ ହେବାକୁ ଲାଗିଲା , ଯେଉଁଥିରେ ତାଙ୍କୁ ବୈଶ୍ୱିକ ପରିଚୟ ମିଳିଲା। ଦୁଲାରୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଜ କାମର ଉପହାର ଦେଇଛନ୍ତି, ଯେଉଁଥିରେ କଳା ଦୁନିଆରେ ତାଙ୍କର ସ୍ଥାନ ଆହୁରି ମଜବୁତ୍‌ ହୋଇଛି। ମଧୁବନୀ କଳାର ଦୁନିଆରେ ଦୁଲାରୀ ଦେବୀଙ୍କ ଯାତ୍ରା ତାଙ୍କ ନିଖୁଣ ପ୍ରତିଭାର ପ୍ରମାଣ ଏବଂ ୨୦୨୧ରେ ପଦ୍ମଶ୍ରୀରେ ତାଙ୍କୁ ସମ୍ମାନିତ କରାଯିବା ଏହି କଳାର ସଂରକ୍ଷଣ ଓ ଅଭିବୃଦ୍ଧିରେ ତାଙ୍କର ଯୋଗଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି । 

ମଧୁବନୀ , ଯାହାକୁ ମିଥିଳା ପେଣ୍ଟିଂ ନାମରେ ମଧ୍ୟ ଜଣାଶୁଣା , ବିହାରର ମିଥିଳା କ୍ଷେତ୍ରରେ ଅନେକ ଶତାବ୍ଦୀରୁ ପ୍ରଚଳିତ ଅଛି। ଏହାର ରୁପାଙ୍କନ ପ୍ରକୃତି , ପୌରାଣିକ କଥା ଓ କ୍ଷେତ୍ରର ସଂସ୍କୃତିରେ ଗଭୀର ସଂପର୍କ ରହିଛି। ମୟୁର , ପଦ୍ମ ଫୁଲ , ମାଛ ଓ ଜ୍ୟାମିତୀୟ ପାଟର୍ନରେ ଚିତ୍ରିତ କରାଯାଏ, ଯେଉଁଥିରୁ ସମୃଦ୍ଧି ଓ ଜୀବନ ସହ ସମ୍ୱନ୍ଧିତ ପ୍ରତୀକବାଦ ଝଲକ ମିଳେ। 

ଏହି କଳାକୁ କେବଳ ଏହାର ବିସ୍ତୃତ କଳ୍ପନା ପାଇଁ ନୁହେଁ , ବରଂ ଏହାକୁ ନିର୍ମାଣ କରିବାରେ ବ୍ୟବହୃତ ପାରମ୍ପରିତ ଟେକନିକ୍ ମଧ୍ୟ ସ୍ୱତନ୍ତ୍ର କରିଥାଏ। କାରିଗର ନିଜ କାମରେ ଦେଖାଯାଉ ଥିବା ଚମକିଲା ରଙ୍ଗକୁ ପ୍ରସ୍ତୁତ କରିବାକୁ ପ୍ରାକୃତିକ ରଙ୍ଗ ଓ ପିଗମେଣ୍ଟର ବ୍ୟବହାର କରନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.