ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜଣେ ୟୁଜର ମିଡିଲ କ୍ଳାସଙ୍କ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଏବେ ଏହାର ଉତ୍ତର ଦେଇଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ୟୁଜରଙ୍କ ଚିନ୍ତାକୁ ଗ୍ରହଣ କରି ତାଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟ୍ୟାଗ୍ କରି ଜଣେ ୟୁଜର ଲେଖିଛନ୍ତି ଆମେ ଦେଶ ପାଇଁ କରାଯାଇଥିବା ଆପଣଙ୍କ ପ୍ରୟାସ ଓ ଯୋଗଦାନକୁ ପ୍ରଶଂସା କରୁଛୁ। ମୁଁ ଆପଣଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛି ଯେ, ମଧ୍ୟମ ବର୍ଗ ପାଇଁ ମଧ୍ୟ କିଛି ଆଶ୍ବସ୍ଥି ପ୍ରଦାନ କରିବା ବିଷୟରେ ବିଚାର କରନ୍ତୁ। ମୁଁ ବୁଝୁଛି ଯେ, ଏଥିରେ ଖୁବ୍ ଚ୍ୟାଲେଞ୍ଜ ରହିବ, ତେଣୁ ମୁଁ କେବଳ ଅନୁରୋଧ କରୁଛି।
ୟୁଜର ଜଣକ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଅର୍ଥମନ୍ତ୍ରୀ ଜବାବ ଦେଇ କହିଛନ୍ତି, ଆପଣ ଦୟାଳୁ ଶବ୍ଦ ଓ ଆପଣଙ୍କ ବୁଝାମଣା ପାଇଁ ଧନ୍ୟବାଦ। ମୁଁ ଆପଣଙ୍କ ଚିନ୍ତାକୁ ବୁଝିପାରୁଛି ଓ ପ୍ରଶଂସା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜଣେ ଉତ୍ତରଦାୟୀ ସରକାର,ଯିଏକି ଲୋକଙ୍କ କଥା ଶୁଣନ୍ତି ଓ ତାଙ୍କ ଉପରେ ଧ୍ୟାନ ଦେଇଥାନ୍ତି। ଆପଣଙ୍କୁ ପୁଣିଥରେ ଧନ୍ୟବାଦ, ଆପଣଙ୍କ ଇନପୁଟ୍ ଖୁବ୍ ମୂଲ୍ୟବାନ।