ନୂଆଦିଲ୍ଲୀ,୦୧/୦୪; ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ସବୁଠି ନିନ୍ଦା କରାଯାଇଥିଲା ।ବିଜୁବାବୁଙ୍କ ଅସମ୍ମାନରେ ରାଜ୍ୟ ବିଧାନସଭାରେ କମ୍ପନ ହୋଇଥିଲା । ବିଜେଡି, କଂଗ୍ରେସ, ସିପିଆଇଏମ ମିଳିତ ସ୍ୱରରେ ଏହାର ପ୍ରତିବାଦ କରିଥିଲେ । ନିନ୍ଦା ପ୍ରସ୍ତାବ ଅଣାଯାଉ ବୋଲି ଦାବି କରିଥିଲେ । ବିବାଦୀୟ ବୟାନ ଦେବା ପରେ ଏବେ ନିଃସର୍ତ୍ତରେ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିଛନ୍ତି ।

​​​​​​​ସୋସିଆଲ ମିଡିଆ ଏକ୍ସରେ ନିଶିକାନ୍ତ ଦୁବେ ଲେଖିଛନ୍ତି, ''ଗତ ସପ୍ତାହରେ, ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ମୁଁ ନେହେରୁ-ଗାନ୍ଧୀ ପରିବାର ବିଷୟରେ କହିଥିଲି । ଭାରତର ପ୍ରମୁଖ ନେତାମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ସମ୍ମାନିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ସାମିଲ ଥିଲେ । ମାତ୍ର ମୋ କଥାର ଭୁଲ୍‌ ଅର୍ଥ ବାହାର କରାଯାଇଥିଲା । ମୋର ମନ୍ତବ୍ୟକୁ ଭୁଲ ବ୍ୟାଖ୍ୟା କରାଯାଇଥିଲା । ପ୍ରଥମତଃ, ଏହି ବୟାନ ବ୍ୟକ୍ତିଗତ । ନେହେରୁଙ୍କ ବିଷୟରେ ମୋର ମତାମତକୁ ବିଜୁ ବାବୁଙ୍କ ପରି ଭୁଲ ବ୍ୟାଖ୍ୟା କରାଯାଇଥିଲା । ବିଜୁ ବାବୁ ସର୍ବଦା ଆମ ପାଇଁ ଜଣେ ମହାନ ରାଷ୍ଟ୍ରନେତା ଥିଲେ ଏବଂ ସର୍ବଦା ରହିବେ । ଯଦି ମୋର ବୟାନ କାହା ଭାବନାକୁ ଆଘାତ ଦେଇଛି, ତେବେ ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି । ''

ଏହା ବି ପଢନ୍ତୁ...ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ ନବୀନ ; କହିଲେ "ବିଜୁ ବାବୁଙ୍କୁ ଡାକି ଚୀନ ସହ ଲଢେଇ ପାଇଁ ରଣନୀତି କରିଥିଲେ ନେହେରୁ"​​​​​​​