ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭଲ ହିନ୍ଦୀ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି ନିତ୍ୟା, କହିଲେ-‘ବଲିଉଡ୍‌ ଇଣ୍ଡଷ୍ଟ୍ରି ଖୁବ୍‌ ଉତ୍ସାହଜନକ’

Published By : Krishna Priya | October 26, 2024 8:17 AM

ମୁମ୍ବାଇ ୨୬/୧୦: ‘ଗୀତା ଗୋବିନ୍ଦମ୍‌’, ‘ମର୍ସାଲ’ ଓ ‘ବାଙ୍ଗାଲୋର ଡେଜ୍‌’ ଭଳି ସାଉଥ୍‌ ଫିଲ୍ମରେ ଦମ୍‌ଦାର ଅଭିନୟ ଲାଗି ପରିଚିତି ପାଇଛନ୍ତି ନିତ୍ୟା ମେନନ୍‌ । ତାମିଲ ଫିଲ୍ମ ‘ତିରୁଚିତ୍ରାମ୍ବଲମ୍‌’ରେ ନିଖୁଣ ପ୍ରଦର୍ଶନ ଲାଗି ଚଳିତ ବର୍ଷ ସେ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ଦକ୍ଷିଣ ସିନେମାରେ ବେଶ ଲୋକପ୍ରିୟ ନିତ୍ୟା ହିନ୍ଦୀ ସିନେମାରେ ଭଲ ଭୂମିକା ଖୋଜୁଛନ୍ତି । ୨୦୧୯ ମସିହାରେ ମୁକ୍ତିପ୍ରାପ୍ତ ‘ମିଶନ ମଙ୍ଗଲ’ରେ ସେ ନଜର ଆସିଥିଲେ । ଏହାର ଅନୁଭୂତି ଅତ୍ୟନ୍ତ ସକାରାତ୍ମକ ଥିଲା ବୋଲି ନିତ୍ୟା କହନ୍ତି । କିନ୍ତୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ ଆଶା ବାନ୍ଧିଛନ୍ତି । ତାଙ୍କ ମତରେ, ହିନ୍ଦୀ ସିନେ ଇଣ୍ଡଷ୍ଟ୍ରି ଖୁବ୍‌ ଉତ୍ସାହଜନକ । ଏଠାରେ ତାଙ୍କୁ ଯେଉଁ କାମ ମିଳିଥିଲା, ତା’ର ମୂଲ୍ୟ ଥିଲା । ତାଙ୍କୁ କଦାପି ହାଲୁକାରେ ନିଆଯାଇନଥିଲା ବୋଲି ନିତ୍ୟା କହିଛନ୍ତି । 

ଆଉ ଏକ ହିନ୍ଦୀ ଫିଲ୍ମ ସାଇନ୍‌ କରିବାକୁ ଲମ୍ବା ସମୟ ନେବା ବିଷୟରେ ନିତ୍ୟା କହିଛନ୍ତି ‘ମୁଁ ଏଭଳି ଏକ ପ୍ରୋଜେକ୍ଟକୁ ଅପେକ୍ଷା କରିଛି, ଯାହା ମୋ ସାମର୍ଥ୍ୟର ପରିଚୟ ଦେବ । ମୋ ମତରେ ମୋ ସାମର୍ଥ୍ୟକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ରୂପେ କାମରେ ଲଗାଯାଇ ନାହିଁ ।’ ବଲିଉଡ୍‌ରେ ବର୍ତ୍ତମାନ ପ୍ରଚଳିତ ଲିଡ୍‌ ଲେଡି ଟ୍ରେଣ୍ଡ୍‌ ସହ ସେ ଫିଟ୍‌ ହେବେ କି ନାହିଁ ପଚାରିବାରୁ ନିତ୍ୟା କହିଛନ୍ତି ‘ଦର୍ଶକ ପ୍ରତିଭାକୁ ଦେଖନ୍ତି । ତେଣୁ ହିନ୍ଦୀ ଫିଲ୍ମ ଦର୍ଶକ ସାଉଥ୍‌ରେ ମୋ ଫିଲ୍ମକୁ ଦେଖି ମୋ ସହ ଯୋଡ଼ିହେବେ ବୋଲି ମୋର ବିଶ୍ୱାସ । ମୁଁ ଯେତେବେଳେ ପ୍ରଥମେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସେ, ସେମାନେ ମୋତେ ସମାନ ଭଲପାଇବା ଦିଅନ୍ତି । ଏ ଇଣ୍ଡଷ୍ଟ୍ରି ଏତେ ସଂକୀର୍ଣ୍ଣମନା ନୁହେଁ । ଏଠାରେ ସଂକୀର୍ଣ୍ଣତାର କୌଣସି ସ୍ଥାନ ନାହିଁ । ସମୟ ସହିତ ଏଥିରେ ପରିବର୍ତ୍ତନ ହୋଇଛି ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.