ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଚନ୍ଦନ ଯାତ୍ରା ପାଇଁ ନୀତିକାନ୍ତି ଚୁଡ଼ାନ୍ତ ;‌ ଭୋର ୪ଟାରୁ ଦ୍ବାର ଫିଟା

Published By : Prameya | April 18, 2025 7:43 PM

ପୁରୀ,୧୮/୪ :  ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ସେହିପରି ଅକ୍ଷୟ ତୃତୀୟାଠାରୁ ଦୀର୍ଘ ୨୧ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯାଇଛି। ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆତସବାଜି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ତେବେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି। 

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଚୁଡାନ୍ତ ନୀତି ‌କାନ୍ତି ଅନୁଯାୟୀ ଭୋର ୪ଟା ଠାରୁ ଦ୍ବାର ଫିଟା, ୫ଟା ରେ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି କାନ୍ତି ବଢ଼ିବା ପରେ ସକାଳ ୮ଟା ରୁ ୧୦ ଟା ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ। ପରେ ଭୋଗମଣ୍ଡପ, ଆଲଟଲାଗି, ଚନ୍ଦନଲାଗି ଓ ଜାତ ଭୋଗ ହୋଇ ଅପରାହ୍ନ ସାଢେ ତିନିଟାରେ ଚନ୍ଦନ କୁ ଦିଅଁ ବିଜେ କରିବେ। ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି କାନ୍ତି ବଢିବା ପରେ ରାତ୍ର ୧୧ ଟା ବେଳକୁ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ। ରାତ୍ର ୧୨ ଟା ରେ ବଡ଼ସିଂହାର ବେଶ ହୋଇ ରାତ୍ର ୧ ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ। 

ଏହି ଦିନ ରାତ୍ର ୩ ଟା ରେ ଦ୍ବାର ଫିଟା ପରେ ଭୋର ୪ଟା ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ସକାଳ ୭ ଟା ୩୦ ରୁ ୯ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ନୀତି କାନ୍ତି କରାଯାଇ ୩ଟା ୩୦ ରେ ଦିଅଁ ବିମାନକୁ ବିଜେ କରିବା ସହିତ ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ସହ ବିମାନ ଉଠିବ। ରାତ୍ର ୧୦ ଟା ରେ ଚନ୍ଦନ ଠାକୁର ଙ୍କ ବାହୁଡା଼ ବିଜେ ନୀତି, ୧୧ ଟାରେ ବଡ଼ସିଂହାର ବେଶ ଏବଂ ରାତ୍ର ୧୨ ଟା ୩୦ ରେ ରାତ୍ର ପହୁଡ଼ ହେବ। ତେବେ ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣ ଲୋକ ପ୍ରାଣ ହରାଇଥିବାରୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟା ଉପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁରୀ ଏସପି ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

ସେହିପରି ଆସନ୍ତା ମେ ୫ ତାରିଖରେ ମହାପ୍ରଭୁଙ୍କ ନିଳାଦ୍ରୀ ମହୋଦୟ ନୀତି, ମେ ୧୧ ତାରିଖରେ ଅନୁଷ୍ଠିତ ହେବାକୁଥିବା ନୃସିଂହ ଜନ୍ମ ନୀତି ନିର୍ଘଣ୍ଟ ସହିତ ମେ ୧୯ ରେ ଭଉଁରୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.