ନୂଆଦିଲ୍ଲୀ,୧୯/୧୧; ବିହାର ବିଧାନସଭା ନିର୍ବାଚନ ପରେ, ଜେଡିୟୁ ନୀତିଶ କୁମାରଙ୍କୁ ପୁଣି ନେତା ଭାବରେ ନିର୍ବାଚିତ କରିଛି । ଏହାର ଅର୍ଥ ନୀତିଶ କୁମାର ପରବର୍ତ୍ତୀ ସରକାରର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ଯୋଗ ଦେବା ପୂର୍ବରୁ ନୀତିଶ କୁମାର ରାଜଭବନରେ ଇସ୍ତଫା ଦେବେ । ସେହିପରି ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୀତିଶ କୁମାରଙ୍କ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପି ଏହାର ଦୁଇ ପୂର୍ବତନ ନେତାଙ୍କ ଉପରେ ଆସ୍ଥା ପ୍ରକାଶ କରିଛି । ପୂର୍ବରୁ, ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୀତିଶ କୁମାର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର। ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର । ଗୁରୁବାର ଦିନ ୧୧ରୁ ୧୨ଟା ଭିତରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପାଟନା ସ୍ଥିତ ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ । ସେହିପରି ଏନଡିଏ ଶାସିତ ମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ସାମିଲ ହେବେ । ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ଜେଡିୟୁ ବିଧାୟକ ଦଳର ବୈଠକରେ ନୀତିଶ କୁମାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ହେବେ । ନୂଆ କ୍ୟାବିନେଟରେ ମୋଟ ୩୬ ଜଣ ମନ୍ତ୍ରୀ ରହିବେ । ଜେଡିୟୁର ୧୫ ଏବଂ ବିଜେପିରୁ ୧୬ ଜଣ ମନ୍ତ୍ରୀ ଭାବେ ଶପଥ ନେବେ ।