ନୂଆଦିଲ୍ଲୀ,୯।୧୨: ବିମାନ ଯାତ୍ରା ବନ୍ଦ ହେବା ପରେ ସରକାର ଇଣ୍ଡିଗୋ ପ୍ରସଙ୍ଗରେ କଡା ଆକ୍ଦନ ନେବାର ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି କମ୍ପାନୀକୁ ଦାୟୀ କରାଯାଉଛି। ଏହା ସହ କୌଣସି କମ୍ପାନୀ ଯାତ୍ରୀଙ୍କୁ ହଇରାଣ କରିପାରିବେନି। ଏହାର ଅନୁମତି ନାହିଁ। ଏହା ପୂର୍ବରୁ ଇଣ୍ଡିଗୋର ରୁଟ୍ରେ ୫% ହ୍ରାସ କରିବାର ନିର୍ଦେଶ ଦିଆଯାଇଥିଲା।
ଇଣ୍ଡିଗୋ ସଙ୍କଟ ଉପରେ ଲୋକସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ କହିଛନ୍ତି, ‘ଅପରେସନ୍ ଦ୍ରୁତ ଗତିରେ ଚାଲିଛି ଏବଂ ସୁରକ୍ଷା ସମ୍ପୂର୍ଣ୍ଣ ଭାବରେ ଲାଗୁ ହୋଇଛି। ଏହି ଘଟଣା ପାଇଁ ଇଣ୍ଡିଗୋକୁ ଦାୟୀ କରାଯାଉଛି,ଯାତ୍ରୀଙ୍କ ସୁବିଧା ଓ ସମ୍ମାନର ରକ୍ଷା କରାଯାଉଛି। ଭାରତର ବେସାମରିକ ସେକ୍ଟରକୁ ଆହୁରି ଅଧିକ ଯାତ୍ରୀ କେନ୍ଦ୍ରିତ କରିବା ପାଇଁ ଦୀର୍ଘକାଳୀନ ଉପାୟ କରାଯାଉଛି। ଇଣ୍ଡିଗୋର ସମସ୍ୟା ଏବେ ଧିରେ ଧିରେ ଠିକ୍ ହେଉଛି। ସାରା ଦେଶରେ ଅନ୍ୟ ଏୟାରଲାଇନ୍ସ ଆରାମରେ କାମ କରୁଛି। ଦେଶସାରା ଏୟାରପୋର୍ଟର ସ୍ଥିତି ସ୍ବାଭାବିକ ରହିଛି। ମନ୍ତ୍ରଣାଳୟ ଦେଖାରେଖାରେ ରିଫଣ୍ଡ ଏବଂ ଲଗେଜ ଫେରାଯିବା ସହ ଯାତ୍ରୀଙ୍କ ସାହାଯ୍ୟ ପାଇଁ ଚେଷ୍ଟା ଚାଲିଛି। ଡିଜିସିଏ ପକ୍ଷରୁ ଇଣ୍ଡିଗୋର ନେତୃତ୍ବଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ପଠାଯାଇଛି ଓ ଏହାର ତଦନ୍ତ ଆରମ୍ଭ ହୋଇଛି।
ଏହା ପୂର୍ବରୁ ସରକାର ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ଆକ୍ସନ ନେଇଥିଲେ। ସରକାର ଏୟାରଲାଇନ୍ସକୁ ଉଡାଣରେ ୫% କାଟି କରିବାର ନିର୍ଦେଶ ଦେଇଥିଲେ। ଡିଜିସିଏ ସମ୍ପୂର୍ଣ୍ଣ ଭାବରେ ଆକ୍ସନ ମୁଡ୍ରେ ରହିଛି। ବେସାମରିକ ମନ୍ତ୍ରୀ ରାମମୋହନ ନାୟଡୁ ସୋମବାର କହିଛନ୍ତି, ସରକାର ଇଣ୍ଡିଗୋର ଶୀତକାଳୀନ ଉଡାଣ କାର୍ଯ୍ୟକ୍ରମରେ କାଟ କରାଯିବା । ଏବେ ଇଣ୍ଡିଗୋଠାରୁ ପ୍ରତିଦିନ ପ୍ରାୟ ୧୧୦ ଉଡାଣ ହ୍ରାସ କରାଯାଇପାରେ। ଯଦି ଇଣ୍ଡିଗୋ ନିଜର ଆଭିମୁଖ୍ୟ ନବଦଳାଇ ତେବେ ଆକ୍ସନ ଆହୁରି କଡ଼ା ନିଆଯାଇପାରେ। ଆମେ ଇଣ୍ଡିଗୋର ମାର୍ଗ ଆହୁରି କମ୍ କରିବୁ। ଏବେ ୨,୨୦୦ଉଡାଣ ହେଉଛି। ଆମେ ନିଶ୍ଚିତ ଭାବରେ ଏହାକୁ କମ୍ କରିବୁ। ୧ ରୁ ୮ ଡିସେମ୍ବ ପର୍ଯ୍ୟନ୍ତ ରଦ୍ଦ ହୋଇଥିବା ୭,୩୦୦,୬୫୫ ପିଏନ୍ଆର ପାଇଁ ୭୪୫ କୋଟି ଟଙ୍କା ଦିଆଯାଇ ସାରିଛି। ଏହାଛଡା ୯୦୦୦ ଯାତ୍ରୀଙ୍କ ବ୍ୟାଗ୍ରୁ ୬୦୦୦ବ୍ୟାଗ୍ ଫେରାଇ ଦିଆଯାଇ ସାରିଛି।