ମାଲକାନଗିରି, ୧୦/୧୨ : ମାଲକାନଗିରି ସଦର ବ୍ଲକର ଭାଇସ ଚେୟାରମ୍ୟାନ ନିରଞ୍ଜନ ହାଲଦାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଛି । ଶ୍ରୀ ହାଲଦାରଙ୍କ ବିରୋଧରେ ପୂର୍ବରୁ ଅନ୍ୟ ଜନ ପ୍ରତିନିଧିମାନେ ବିଭିନ୍ନ ଅଭିଯୋଗ କରି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।
ଏହି ପ୍ରସ୍ତାବକୁ ନେଇ ଆଜି ଭୋଟ ହେବାକୁ ଥିବାବେଳେ ଏ ନେଇ ୩୮ଜଣ ଜନ ପ୍ରତିନିଧିଙ୍କୁ ଭୋଟ ଦେବା ପାଇଁ ଅବଗତ କରାଯାଇଥିଲା। କିନ୍ତୁ ଆଜି ଭୋଟ ଦିନ କେହି ମଧ୍ୟ ଉପସ୍ଥିତ ହେଲେ ନାହିଁ। ଫଳରେ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି ବୋଲି ଜଣାପଡ଼ିଛି ।