ଫିରିଙ୍ଗିଆ, ୨୩।୮:  କନ୍ଧମାଳ ଜିଲ୍ଲା   ବାଲଦାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଦିନ ଧରି ବିଦ୍ୟୁତ  ନାହିଁ।  ଡିଜି ମେସିନ ଥିଲେ ମଧ୍ୟ ତାହା କାମରେ ଆସୁନି। ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 

ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାଲଦାପଡ଼ା ଉପରେ ୬ଟି ପଞ୍ଚାୟତବାସୀ ନିର୍ଭର କରନ୍ତି। କିନ୍ତୁ ୨ ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ରରେ  ବିଦ୍ୟୁତ ନାହିଁ। ବିଦ୍ୟୁତ କଟିଲେ ଜେନେରେଟର ବ୍ୟବସ୍ଥା ପାଇଁ ସାତ ମାସ ତଳେ ଡିଜି ମେସିନ୍ ଆସିଥିଲା। ମେସିନ ଅଛି କିନ୍ତୁ ତାହା କାମରେ ଲାଗି ପାରୁନାହଁ l  ବିଦ୍ୟୁତ ନ ଥିବାରୁ ରୋଗୀ ବାଧ୍ୟ ହୋଇ ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଥିବା କିଛି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି l ଫ୍ୟାନ  ବୁଲୁ ନ ଥିବାରୁ  ଗର୍ଭବତୀ , ରୋଗୀ ହଇରାଣ ହେଉଛନ୍ତି। ଏହି ଘଟଣାକୁ ନେଇଁ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିରଜ ସାହୁଙ୍କୁ ପଚାରିବାରୁ ଶୁକ୍ରବାର ଠାରୁ ବିଦ୍ୟୁତ କଟିଛି । ଆମକୁ ଦିଆ ଯାଇଥିବା ଡିଜି ମେସିନ କାର୍ଯ୍ୟକ୍ଷମ ପାଇଁ ଆମେ ଲିଖିତ ଭାବରେ ଜଣାଇଛୁ କିନ୍ତୁ କାର୍ଯ୍ୟକ୍ଷମ ହୋଇ ପାଇନାହିଁ । ତୁରନ୍ତ କିଭଳି ଜେନେରେଟର କାର୍ଯ୍ୟକ୍ଷମ ହୋଇ ପାରିବ ସେ ନେଇଁ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି l ଅନ୍ୟପଟେ ତୁରନ୍ତ  ବାଲଦାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡିଜି ମେସିନ ଚାଲୁ କରିବା ସହ ରୋଗୀଙ୍କୁ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l