ନୂଆଦିଲ୍ଲୀ,୧୮/୦୩; ସଂସଦର ଅପର ହାଉସ୍ ରାଜ୍ୟସଭାରେ ୩୭ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସାଂସଦମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର କାର୍ଯ୍ୟକାଳ ପୁନର୍ବାର ଆରମ୍ଭ କରିବେ । ଅନେକ ନୂତନ ସଦସ୍ୟ ମଧ୍ୟ ସଂସଦରେ ଯୋଗ ଦେବେ । ୩୭ଟି ରାଜ୍ୟସଭା ଆସନ ପାଇଁ ନୂଆ ସଦସ୍ୟଙ୍କ ପାଇଁ ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି । ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଥିବା ସାଂସଦମାନଙ୍କ ପାଇଁ ଏକ ବିଦାୟୀ ଭାଷଣର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ବିଦାୟୀ ଭାଷଣରେ ଅଂଶଗ୍ରହଣ କରି ଗୃହକୁ ସମ୍ବୋଧିତ କରିଥିଲେ । ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ ଅର୍ଥାତ ରାଜନୀତିରେ କେବେ ଅନ୍ତ ନାହିଁ ବୋଲି ବିଦାୟୀ ଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣ ସମୟରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ଶରଦ ପାୱାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତିି ।
ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେବେକେବେ ଆମେ ଶୁଣିଥିଲୁ ଯେ ଗୃହରେ ହାସ୍ୟରସ ଏବଂ ବ୍ୟଙ୍ଗ ପାଇଁ ପ୍ରଚୁର ସୁଯୋଗ ଅଛି । ଆଜିକାଲି, ହୁଏତ ଏହା ଧୀରେ ଧୀରେ ହ୍ରାସ ପାଉଛି । କିନ୍ତୁ ଆମର ଅଠାୱଲେ ଜୀ ଚିରସର୍ବଦା । ଅଠାୱଲେ ଜୀ ଯାଉଛନ୍ତି କିନ୍ତୁ ଏଠାରେ କେହି କୌଣସି ଅଭାବ ଅନୁଭବ କରିବେ ନାହିଁ । ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ ଯେ ସେ ପ୍ରଚୁର ପରିମାଣରେ ବ୍ୟଙ୍ଗ ଏବଂ ହାସ୍ୟରସ ପରିବେଷଣ କରିବେ । ଏଚ୍.ଡି. ଦେବେଗୌଡ଼ା ଜୀ, ମଲ୍ଲିକାର୍ଜୁନ ଖାଡଗେ ଜୀ, ଶରଦ ପାୱାର ଜୀ ହେଉଛନ୍ତି ବରିଷ୍ଠ ନେତା ଯେଉଁମାନେ ସଂସଦୀୟ କାର୍ଯ୍ୟରେ ସେମାନଙ୍କ ଜୀବନର ଅଧାରୁ ଅଧିକ ସମୟ ବିତାଇଛନ୍ତି । ନବ ନିର୍ବାଚିତ ସାଂସଦମାନେ ସେମାନଙ୍କଠାରୁ ଶିଖିବା ଉଚିତ । "
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମର ଶିକ୍ଷା ଏବଂ ଦୀକ୍ଷା ଗୃହରେ ହୁଏ । ଗୃହ ଏକ ବିଶାଳ ବିଶ୍ୱବିଦ୍ୟାଳୟ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୁଏ ଏବଂ ପ୍ରତ୍ୟେକ ସଦସ୍ୟ ଏଥିରେ ଏକ ଅନନ୍ୟ ଭୂମିକା ଗ୍ରହଣ କରନ୍ତି । ସମସ୍ତଙ୍କର କିଛି ନା କିଛି ତିକ୍ତ ଏବଂ ମିଠା ଅଭିଜ୍ଞତା ମଧ୍ୟ ରହିଛି । ଏହି ସମୟରେ, ଦଳୀୟ ସୀମାଠାରୁ ଉପରକୁ ଉଠି ସମ୍ମାନର ଏକ ସାଧାରଣ ଭାବନା ସୃଷ୍ଟି ହୁଏ । କାର୍ଯ୍ୟକାଳ ଶେଷ ହେବା ପରେ ଗୃହ ଛାଡି ଯାଉଥିବା ନେତାମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ପଡ଼େ ନାହିଁ । ଏହି ଗୃହରୁ ବିଦାୟ ଦେଉଥିବା ସମସ୍ତ ସଦସ୍ୟ, କେତେକ ଗୃହ ଚାଲୁ ନଥିବା ସମୟରେ ବିଦାୟ ନେଉଛନ୍ତି, କେତେକ ଅଧିବେଶନ ସମୟରେ ବିଦାୟ ନେଉଛନ୍ତି । ଏତେ ଲମ୍ବା କାର୍ଯ୍ୟକାଳ ଛୋଟ କଥା ନୁହେଁ । "
#WATCH | Delhi | Speaking in Rajya Sabha, Prime Minister Narendra Modi says, "Sometimes we used to hear that there is a lot of opportunity for humour and satire in the House. These days, perhaps it is gradually decreasing...But our Athawale ji is evergreen. Athawale ji is leaving… pic.twitter.com/8vnEXauhoP
— ANI (@ANI) March 18, 2026
ଏହା ବି ପଢନ୍ତୁ...ପସନ୍ଦର ସିଟ୍ରେ ବିମାନ ଯାତ୍ରା ପାଇଁ ଦେବାକୁ ପଡିବନି ଅତିରିକ୍ତ ଟଙ୍କା, ବଡ଼ ନିଷ୍ପତ୍ତି ନେଲେ ସରକାର
ସେହିପରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ରାଜନୀତିରେ ରହୁଥିବା ଲୋକ, ପବ୍ଲିକଙ୍କ ସେବା ପାଇଁ ଥିବା ଲୋକମାନେ, ଦେଶ ସେବା କରିବାର ଆଗ୍ରହ ରଖୁଥିବା ଲୋକ କେବେ କ୍ଳାନ୍ତ ହୁଅନ୍ତି ନାହିଁ କିମ୍ବା କେବେ ଅବସର ନିଅନ୍ତି ନାହିଁ । "
— ANI (@ANI) March 18, 2026#WATCH | Delhi | Congress National President and LoP, Rajya Sabha, Mallikarjun Kharge says, "Those in politics, public life, neither get tired nor retire for the passion to serve the country..." pic.twitter.com/Kk57Y9So0A