ଭୁବନେଶ୍ଵର, ୧୫/୧୨ : ଧର୍ମଶାଳାରେ ବିଜେପି ବନାମ ବିଜେଡି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ। ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ ଅଭିଯୋଗକୁ ଏଡ଼ାଇଲେ ଆଇନ ମନ୍ତ୍ରୀ ସେ କହିଛନ୍ତି ଯେ, ଧର୍ମଶାଳା ଘଟଣାକୁ ରାଜନୀତିକରଣ କରିବା ଆବଶ୍ୟକ ନାହିଁ। ପୁଲିସ ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଯେ କେହିବି ଆନ୍ଦୋଳନ କରିପାରନ୍ତି। ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୁଲିସ ଯଥୋଚିତ କାମ କରିବ। ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ-ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସୂଚନା ଥାଉକି, ରବିବାର ମଧ୍ୟାହ୍ନରେ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରୀ ସ୍ଥିତ ଫାର୍ମ ହାଉସରେ ବିଜେଡିର ବୈଠକ ଚାଲିଥି। ଏହି ସମୟରେ କିଛି ବିଜେପି କର୍ମୀମାନେ ସେଠାରେ ପଶି ଟେକାପଥର ମାଡ଼ କରିଥିଲେ । ଏଥିରେ ୨୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବ ଛାତ୍ର କର୍ମୀମାନେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଦଳର ରାଜ୍ୟ ଯୁବ ଛାତ୍ର କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ନେତାମାନେ ଭୁବନେଶ୍ୱର ସ୍ଥିତ ଡିଜି କ୍ୟାମ୍ପ ସମ୍ମୁଖରେ ରବିବାର ରାତିରୁ ମଧ୍ୟ ଧାରଣାରେ ବସି ରହିଛନ୍ତି।