ଭୁବନେଶ୍ଵର, ୩୧/୦୧ : ନବୀନ ନିବାସରେ କଳିକେଶ ସିଂଦେଓ। ନେତୃତ୍ଵ ହସ୍ତାନ୍ତର ଚର୍ଚ୍ଚା ଆଲୋଚନା ଭିତରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ। ନବୀନ ନିବାସରୁ ଫେରିବା ପରେ ସମସ୍ତ ଚର୍ଚ୍ଚାକୁ କଲେ ଖଣ୍ଡନ। କହିଲେ, "ଦଳରେ ନେତୃତ୍ୱ ସ୍ଥିର। ବିଜେଡିର ନେତା ନବୀନ ପଟ୍ଟନାୟକ। ନବୀନ ଥିବା ପର୍ଯ୍ୟନ୍ତ ଅନ୍ୟ ନେତୃତ୍ୱର ପ୍ରଶ୍ନ ଉଠୁନି। ତାଙ୍କ ନେତୃତ୍ୱରେ ଆମେ କାମ କରୁଛୁ। ମୋତେ ନେଇ ଯାହା ଆଲୋଚନା ହେଉଛି କେବଳ ଗଣମାଧ୍ୟମରେ । ଦଳ ଉଠାଉ ଥିବା ପ୍ରସଙ୍ଗକୁ କେମିତି ବ୍ଲକ, ପଞ୍ଚାୟତ ସ୍ତରରେ ଉଠାଇହେବ, ତାହା ଆମ ଦାୟିତ୍ୱ। ବଲାଙ୍ଗୀରର ସାଂଗଠନିକ ସ୍ଥିତି ସହ ଚାଷୀ ସମସ୍ୟା ନେଇ ଆଲୋଚନା ହୋଇଛି। ସାଧାରଣ କର୍ମୀ ଭାବରେ ବଲାଙ୍ଗୀରରେ କାମ କରୁଛୁ। ଆଗକୁ ଯାହା ଦାୟିତ୍ୱ ମିଳିବ କାମ କରିବି।"

କଳିକେଶ ପୁଣି କହିଛନ୍ତି ଯେ, "ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଦଳ ଥିଲା। ପରେ ନବୀନ ପଟ୍ଟନାୟକ ଦଳର ସଭାପତି ହେଲେ। ମୁଖ୍ୟମନ୍ତ୍ରୀ ହୋଇ ୨୪ ବର୍ଷର ଗୋଲଡେନ୍ ପିରିୟଡ୍ ଦେଲେ। ମୋ ବାପା ତାଙ୍କ ସହ କାମ କରିଥିଲେ। ମୁଁ ମଧ୍ୟ ୪ ଥର ଏମଏଲଏ, ଏମପି ହୋଇଛି। ଜଣେ ସାଧାରଣ କର୍ମୀ ଭାବେ ଦଳ ସହ ଅଛି।" 

ଏହି ଖବରଟିକୁ ପଢନ୍ତୁ- ରାଜ୍ୟ ସରକାରଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଅପମାନଜନକ 'ଡାହାଣୀ' ଶଦ୍ଦକୁ ନିଷିଦ୍ଧ କର, ଆଇନରେ ଆଣ ସଂଶୋଧନ