ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୁଣ୍ଡ ଉପରେ ପରୀକ୍ଷା ବୋଝ, ସ୍କୁଲରେ ନାହାନ୍ତି ଗଣିତ ଓ ବିଜ୍ଞାନ ଶିକ୍ଷକ : ବିଧାୟକଙ୍କୁ ଅଭିଯୋଗ କଲେ ପିଲା

Published By : Suraj Kumar | January 21, 2025 11:22 PM

ମାଲକାନଗିରି, ୨୧/୧(ଆପ୍ର ): ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଅନ୍ତର୍ଗତ ଏମଭି ୮୮  ସ୍କୁଲରେ ଶିକ୍ଷକ ଅଭାବ ଦେଖିବାକୁ ମିଳିଛି।ମାଲକାନଗିରି ବିଧାୟକ ନରସିଂହ ମଡ଼କାମି ସ୍କୁଲ ଯାଇ ପିଲାଙ୍କ ପାଠ ପଢା ନେଇ ଆଲୋଚନା କରିଥିଲେ। ଫେବ୍ରୁଆରି ୨୬ତାରିଖରୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ବେଳେ  ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବା ବିଧାୟକଙ୍କୁ ପିଲାମାନେ  ଅଭିଯୋଗ କରିଛନ୍ତି ।

 ସୂଚନା ଯୋଗ୍ୟ ଯେ ଏମଭି ୮୮ଗ୍ରାମ ରେ ଥିବା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ ୯୩ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେବେ।  ଏ ପର୍ଯ୍ୟନ୍ତ ପିଲାଙ୍କର ପାଠ୍ୟକ୍ରମ ଅନୁଯାଇ ପାଠ ସରି ନାହିଁ। ଏନେଇ ଚିନ୍ତାରେ ଥିବା ପିଲା ମାନଙ୍କୁ ବିଧାୟକ ଏହାର ତୁରନ୍ତ ବ୍ୟବସ୍ଥା କରିବେ ଓ ଡେପୁଟସନ୍  ରେ ଶିକ୍ଷକ ସ୍କୁଲକୁ ଆସିବେ ବୋଲି ପ୍ରତଶ୍ରୁତି ଦେଇଥଲେ।  ତତ୍ ସହିତ ବିଧାୟକ ପିଲା ମାନଙ୍କୁ ଭଲ କରିକି ପାଠ ପଢିବା  ଉପରେ ଧ୍ୟାନ ଦେବାକୁ କହିଛନ୍ତି ।  ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ +୨  ପାଠ ପଢିବେ ସେ ନେଇ ଉତ୍ସାହିତ ମଧ୍ୟ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.