ନୂଆଦିଲ୍ଲୀ,୧/୨ : ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇନକମ୍ ଟ୍ୟାକ୍ସକୁ ନେଇ ଆୟକରଦାତାଙ୍କୁ ବଡ଼ ଉପହାର ମିଳିଛି । ୧୨ଲକ୍ଷ ଯାଏଁ ଆୟକର ଛାଡ଼ ହୋଇଛି । ଅର୍ଥାତ୍ ୧୨ଲକ୍ଷ ଯାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଉ ଟ୍ୟାକ୍ସ ଭରିବା ନେଇ ସେମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା ହେବା ପରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି । ଏହାପରେ ଏହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କେତେକ ଫିଲ୍ମର ମିମ୍ସ ଭାଇରାଲ ହେବାରେ ଲାଗିଛି । 

ଫ୍ୟାନ୍ସ ନିଜର ଖୁସିକୁ ଜାହିର କରିବାକୁ ଯାଇ ଫିଲ୍ମ ଅଭିନେତା-ଅଭିନେତ୍ରୀ ଏବଂ ଡ୍ୟାନ୍ସ ଭିଡ଼ିଓ ଏକ୍ସ ପ୍ଳାଟଫର୍ମରେ ସେୟାର କରୁଛନ୍ତି । କିଛି ଫ୍ୟାନ୍ସ ଫିଲ୍ମର ଫେମସ୍ ଡାଇଲଗ୍ ଏବଂ ସିନ୍ ସେୟାର କରୁଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ଘୋଷଣା ଦ୍ବାରା ମିଡିଲ୍ କ୍ଲାସ୍ ବହୁ ଖୁସି ଅଛନ୍ତି । ମାତ୍ର ଏହି ଘୋଷଣା ପରେ କିଛି ଲୋକ କନଫ୍ୟୁଜ୍ ବି ଅଛନ୍ତି । ପ୍ରକାଶ ଯେ, ସରକାରଙ୍କ ତରଫରୁ ନ୍ୟୁ ଟ୍ୟାକ୍ସ ରିଜୀମ ମାଧ୍ୟମରେ ୧୨ଲକ୍ଷ ଟଙ୍କାର ଆୟ ଉପରେ ଶୁନ୍ୟ ଟ୍ୟାକ୍ସ ଲଗାଇବାର ଘୋଷଣା କରିଛନ୍ତି । ପ୍ରଥମେ ଏହି ଲିମିଟ୍ ୭ଲକ୍ଷ ଟଙ୍କା ଥିଲା । ଆସନ୍ତୁ ଦେଖିବା କିଭଳି ମିମ୍ସ ସେୟାର ହେଉଛି ସୋସିଆଲ ମିଡ଼ିଆରେ ।