ଭୁବନେଶ୍ୱର ୧୮/୦୫: ତେଲ ସଙ୍କଟ ମଧ୍ୟରେ ମହଙ୍ଗା ହୋଇଛି ଆମିଷ । ମାନେ ମଟନ୍ । ଦୁଇଦିନ ମଧ୍ୟରେ ମଟନ୍ କିଲୋ ପିଛା ୫୦ଟଙ୍କା ବଢିଯାଇଛି । ପୂର୍ବରୁ କିଲୋପିଛା ଏହା ୮୦୦ ଟଙ୍କା ଥିଲା ବେଳେ ଏବେ ୮୫୦ ଟଙ୍କା ହୋଇଛି । ତଥାପି ରବିବାର ଭୁବନେଶ୍ୱର ଆମିଷ ମାର୍କେଟରେ ଅସମ୍ଭାଳ ଭିଡ଼ ହୋଇଥିଲା । ଭୁବନେଶ୍ୱର ମାର୍କେଟକୁ ରବିବାର ୧୪ଟା ମଟନ୍ ଗାଡି ଆସିଥିଲେ । ଏହି ଗାଡି ବିହାର ଓ ପଶ୍ଚିମବଙ୍ଗରୁ ଆସିଥିବାରୁ ତେଲ ଖର୍ଚ୍ଚ ଅଧିକ ହୋଇଥିଲା । ଏହି କାରଣରୁ ମାଛ ଦର ବି ବଢ଼ିଲା ।
ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ମହାସଂଘର ସଭାପତି ସେଖ୍ ମୁନ୍ତାକିମ୍ ବକ୍ସଙ୍କ ସୂଚନା ଅନୁସାରେ, କୋଟିଏ ଏକଲକ୍ଷ ୫୦ହଜାର, ମାଛ କୋଟିଏ ୧୨ଲକ୍ଷ ୫୦ହଜାର, ଚିକେନ୍ କୋଟିଏ ୨୪ଲକ୍ଷ ୬୮ ହଜାର, ଅଣ୍ଡା ୪୮ଲକ୍ଷ ୮୦ ହଜାର ସହ ୩କୋଟି ୮୭ଲକ୍ଷ ୭୮ହଜାର ୭୫୦ ଟଙ୍କାର ବେପାର ହୋଇଛି । ମାଛ ଗାଡି ୧୦ଟା, ମଟ୍ଟନ ୧୪ଟା ଓ ଚିକେନ ୭୦ଗାଡି ଆସିଥିଲା । ଶ୍ରୀ ବକ୍ସ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ କୋଲକାତାରୁ ଆଉ ମଟନ୍ ଆସୁନି । କାରଣ ସେଠାରେ ପ୍ରତିଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ଜିତିବାର ଉତ୍ସବ ପାଳନ କରାଯାଉଛି । ତେଲ ସମସ୍ୟା ପାଇଁ ବିହାରରୁ ଅଧିକ ଗାଡି ଆସୁନି, ଦୁଇ ଗାଡି କମିଯାଇଛି ।
ଆହୁରି ପଢ଼ନ୍ତୁ...ଏଣିକି କାରଖାନାରେ ଦେଖାଯିବେନି ମଣିଷ, ୨୦୩୨ ସୁଦ୍ଧା କାମ କରିବେ ମାନବ ରୋବୋ