ନୂଆଦିଲ୍ଲୀ ୦୨/୧୨: ଆରମ୍ଭ ହୋଇଛି ୨୦୨୬ । ଏହି ସମୟରେ, ପ୍ରସିଦ୍ଧ ଫରାସୀ ଭବିଷ୍ୟଦ୍‌ବକ୍ତା ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଅନୁଗାମୀମାନେ ଦାବି କରିଛନ୍ତି ଯେ ୨୦୨୬ ମାନବ ଇତିହାସ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ। ନୋଷ୍ଟ୍ରାଡମସ୍ ତାଙ୍କ ପୁସ୍ତକ "ଲେସ୍ ପ୍ରୋଫେଟିଜ୍"ରେ ଉଲ୍ଲେଖ କରିଛନ୍ତି ଯେ ୨୦୨୬ ମସିହାରେ ଜଣେ ମହାନ ବ୍ୟକ୍ତି ବଜ୍ରପାତର ଶିକାର ହେବେ। ଏହାର ଅର୍ଥ ୨୦୨୬ ମସିହାରେ ଜଣେ ପ୍ରମୁଖ ଏବଂ ଲୋକପ୍ରିୟ ବିଶ୍ୱ ନେତାଙ୍କ ମୃତ୍ୟୁ ହୋଇପାରେ କିମ୍ବା କ୍ଷମତା ପରିବର୍ତ୍ତନ ହୋଇପାରେ।କିଛି ଲୋକ ଏହାକୁ ଏକ ରାଜନୈତିକ ଆକ୍ରମଣ ସହିତ ମଧ୍ୟ ଯୋଡୁଛନ୍ତି।

ନୋଷ୍ଟ୍ରାଡମସ୍ଙ୍କ, ପ୍ରକୃତ ନାମ ମିଚେଲ୍ ଡି ନୋଷ୍ଟ୍ରାଡମସ୍। ସେ ୧୬ ଶତାବ୍ଦୀର ଜ୍ୟୋତିଷ ଏବଂ ଚିକିତ୍ସକ ଥିଲେ, ଯିଏ ତାଙ୍କ ପୁସ୍ତକ "ଲେସ୍ ପ୍ରୋଫେଟିଜ୍" (୧୫୫୫) ରେ ୯୪୨ ଟି ରହସ୍ୟମୟ କଥା ଲେଖିଲେ। ଯାହା ବିଭିନ୍ନ ଘଟଣା ସହିତ ଜଡିତ।

ନୋଷ୍ଟ୍ରାଡମସ୍ ଙ୍କର ୨୦୨୬ ପାଇଁ ଆଉ ଏକ ଭବିଷ୍ୟବାଣୀ ସ୍ୱିଜରଲ୍ୟାଣ୍ଡର ଟିସିନୋ ଅଞ୍ଚଳ ବିଷୟରେ, ଯେଉଁଥିରେ କୁହାଯାଇଛି ଯେ ସେଠାରେ ରକ୍ତର ବନ୍ୟା ହୋଇପାରେ। ଏହି ଅଞ୍ଚଳକୁ ସାଧାରଣତଃ ଶାନ୍ତିପୂର୍ଣ୍ଣ ବୋଲି ବିବେଚନା କରାଯାଏ, କିନ୍ତୁ ପୂର୍ବାନୁମାନ ଅନୁଯାୟୀ, ରାଜନୈତିକ କିମ୍ବା ସାମରିକ ନିଷ୍ପତ୍ତି ପରେ ହିଂସା ସୃଷ୍ଟି ହୋଇପାରେ। ସମ୍ପ୍ରତି ଏକ ବିଳାସପୂର୍ଣ୍ଣ ସ୍ୱିସ୍ ସ୍କି ରିସର୍ଟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି।ଏହି କାରଣରୁ, କିଛି ଲୋକ ଏହି ଘଟଣାକୁ ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସହିତ ଯୋଡୁଛନ୍ତି।

ନୋଷ୍ଟ୍ରାଡମସ ପୁସ୍ତକରେ ଏକ ରହସ୍ୟମୟ ସଙ୍କେତ ଦେଇଛନ୍ତି। ଯେଉଁଥିରେ ରାତିରେ ଆକ୍ରମଣ କରୁଥିବା ମହୁମାଛିଙ୍କ ଦଳକୁ ନେଇ କୁହାଯାଇଛି । ଏହି ମହୁମାଛି ପ୍ରକୃତରେ କୀଟପତଙ୍ଗ ନହୋଇପାରେ ଏହା ଏକଛତ୍ରବାଦୀ କିମ୍ବା ଫାସିଷ୍ଟ ଶକ୍ତିର ପ୍ରତୀକ ହୋଇପାରେ।କିଛି ବିଶ୍ଳେଷକଙ୍କ ମତରେ ୨୦୨୬ ମସିହାରେ ବିଶ୍ୱର ଅନେକ ସ୍ଥାନରେ କଠୋର ଏବଂ ଦମନକାରୀ ଶାସନ ଆରମ୍ଭ ହୋଇପାରେ।

ଏଥିସହିତ ନୋଷ୍ଟ୍ରାଡମସ୍ ସାତ ମାସର ବଡ ଯୁଦ୍ଧ କଥା କହିଛନ୍ତି। ବିଶ୍ୱାସ କରାଯାଉଛି ଯେ ତୃତୀୟ ବିଶ୍ୱଯୁଦ୍ଧ ୨୦୨୬ ମସିହାରେ ଆରମ୍ଭ ହୋଇପାରେ। ଅନୁମାନ କରାଯାଉଛି ଯେ ଏହି ଲଢ଼େଇ ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଆରମ୍ଭ ହୋଇପାରେ, ଯେଉଁଠାରେ କେହି ପଛକୁ ହଟିବାକୁ ପ୍ରସ୍ତୁତ ହେବେ ନାହିଁ।

ନୋଷ୍ଟ୍ରାଡମସ୍ ଙ୍କ ଭବିଷ୍ୟବାଣୀରେ ସାତଟି ଜାହାଜ ମଧ୍ୟରେ ଏକ ଘାତକ ନୌସେନା ଯୁଦ୍ଧର ମଧ୍ୟ ସଙ୍କେତ ଦେଇଛି। ଅନେକ ଏହାକୁ ଦକ୍ଷିଣ ଚୀନ୍ ସାଗର ସହିତ ଯୋଡୁଛନ୍ତି, ଯେଉଁଠାରେ ଚୀନ୍, ତାଇୱାନ, ଫିଲିପାଇନ୍ସ ଏବଂ ଭିଏତନାମ ଭଳି ଦେଶ ମଧ୍ୟରେ ପୂର୍ବରୁ ଉତ୍ତେଜନା ରହିଛି।