ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏହା କେବଳ ନିର୍ବାଚନ ନୁହେଁ ଧର୍ମଯୁଦ୍ଧ, କାହିଁକି ଏମିତି କହିଲେ ଆତିଶୀ

Published By : Ankita S | February 5, 2025 12:41 PM

ନୂଆଦିଲ୍ଲୀ,୦୫/ ୦୨: ଭୋଟ ଦେଉଛି ରାଜଧାନୀ ଦିଲ୍ଲୀ । ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଜାରି ରହିଛି । ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନର୍ଦ୍ଦନ ।  ନିର୍ବାଚନ ପର୍ବରେ ସାମିଲ ହୋଇ ଆପ୍ କୁ ଭୋଟ ଦେବାକୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଏହା କେବଳ ଖାଲି ନିର୍ବାଚନ ନୁହେଁ ଧର୍ମଯୁଦ୍ଧ ।  ସତ୍ୟ  ବନାମ ମିଥ୍ୟାର ଲଢେଇ ।

କାଲିକାଜୀରୁ ଆପ୍ ପ୍ରାର୍ଥୀ ହୋଇଛନ୍ତି ଆତିଶୀ । ଭୋଟ ଦେବ ପୂର୍ବରୁ ସେ କାଲିକାଜୀ ମନ୍ଦିରରେ ପୂଜା କରିଥିଲେ ।  ଦିଲ୍ଲୀବାସୀଙ୍କୁ ନିର୍ବାଚନୀ ପର୍ବରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଅଧକରୁ ଅଧିକ ମତଦାନ ସାବ୍ୟସ୍ତ କରିବାକୁ କହିବା ସହିତ ଏହା କେବଳ ନିର୍ବାଚନ ନୁହେଁ ଧର୍ମଯୁଦ୍ଧ ବୋଲି କହିଛନ୍ତି ଆତିଶୀ । ଏହା ସତ୍ୟ ବନାମ ମିଥ୍ୟାର ଲଢେଇ  । ଆଶା କରୁଛି ଲୋକ ସତ୍ୟ ସହ ରହିବ ଓ ଆମ ଦଳର ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ।

ସେ ଆହୁରି କହିଛନ୍ତି, ଏହା ସତ୍ୟ ଓ ମୁଥ୍ୟାର ଲଢେଇ । କାମ ଓ ଗୁଣ୍ଡାଗର୍ଦ୍ଦିର ଯୁଦ୍ଧ । ଯେଉଁଠାକୁ ଆମେ ଯାଉଛୁ ଦିଲ୍ଲୀ ଲୋକ କାମ ସହ ଅଛନ୍ତି । ଦିଲ୍ଲୀ ପୋଲିସ କିଛି ବି କରିପାରେ । ଖୋଲାଖୋଲି ଭାବେ ଦିଲ୍ଲୀ ପୋଲିସ ବିଜେପିକୁ ନିର୍ବାଚନ ଲଢାଇଉଛି । ଗୋଟିଏ ପଟେ ବିଜେପିର ଗୁଣ୍ଡାରାଜ  ଅନ୍ୟ ପଟେ ଦିଲ୍ଲୀ ପୋଲିସର ତାକୁ ସମର୍ଥନ କରିବା । କାଲକାଜୀ ବିଧାନସଭାରେ ଅନେକ ବିଜେପି ନେତା ଟଙ୍କା ବାଣ୍ଟୁଛି ଦିଲ୍ଲୀ ପୋଲିସ ଛତ୍ରଛାୟାରେ ଏହା କରୁଛି ।

ଏହା ବି ପଢନ୍ତୁ...ଦିଲ୍ଲୀ ନିର୍ବାଚନ; ୯ଟା ସୁଦ୍ଧା ୮.୧୦% ମତଦାନ ରେକର୍ଡ, ଭୋଟ୍ ଦେଲେ ମହାମହିମ

ପ୍ରକାଶ ଥାଉ କି, ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ୍ ଗ୍ରହଣ ଚାଲିଛି । ନିର୍ବାଚନୀ ମୈଦାନରେ ୬୯୯ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଧାଡିରେ ରହି ଭୋଟ୍ ଦେଉଛନ୍ତି ଭୋଟର । ଏକ କୋଟିରୁ ଅଧିକ ଭୋଟର ସେମାନଙ୍କ ନେତା ବାଛୁଛନ୍ତି । ପୂର୍ବାହ୍ନ ୧୧ଟା ସୁଦ୍ଧା ୧୯.୯୫% ଭୋଟ୍ ଗ୍ରହଣ ହୋଇଛି । ନର୍ଥଇଷ୍ଟ ଜିଲ୍ଲାରେ ୨୪. ୮୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ଶୃଙ୍ଖଳିତ ମତଦାନ ପାଇଁ ୩୫ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଶାସକ ଆପ୍ ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଆସନ୍ତା ଫେବୃଆରୀ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.