ନୂଆଦିଲ୍ଲୀ,୦୫/ ୦୨: ଭୋଟ ଦେଉଛି ଦିଲ୍ଲୀ । ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ୍ ଗ୍ରହଣ ଜାରି ରହିଛି । ଦିଲ୍ଲୀ ନିର୍ବାଚନ ପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ଭୋଟିଂ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।

ସକା ୭ଟାରୁ ଦିଲ୍ଲୀରେ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ମତଦାନ ଗ୍ରହଣ ହେବ । ନିର୍ବାଚନୀ ପର୍ବରେ ସାମିଲ ହୋଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ପାଖାପାଖି ୮ଟା ୩୦ରେ ରାଷ୍ଟ୍ରପତି ଭବନରୁ ବାହାରି ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ଭୋଟିଂ କେନ୍ଦ୍ରରେ ପହଞ୍ଚି ସେ ତାଙ୍କର ବହୁ ମୂଲ୍ୟ ମତଦାନ ସାବ୍ୟସ୍ତ କରିଥିଲେ । 

ଏହା ବି ପଢନ୍ତୁ...୭୦ ଆସନରେ ଭୋଟ୍ ଦେଉଛି ଦିଲ୍ଲୀ ; ନେତା ବାଛୁଛନ୍ତି ଜନତା, ମୈଦାନରେ ୬୯୯ ପ୍ରାର୍ଥୀ

ରାଷ୍ଟ୍ରପତିଙ୍କ ସମେତ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ନିର୍ବାଚନ କମିଶନରନ ରାଜୀବ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ପ୍ରାର୍ଥୀ ଆତିଶୀ, କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ପ୍ରମୁଖ ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଆପ୍ ନେତା ମନୀଶ ସିସୋଦିଆ, ବିଜେପି ନେତ୍ରୀ ମିନାକ୍ଷୀ ଲେଖୀ,କଂଗ୍ରେସ ନେତା ଅଜୟ ମାକେନ, ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ପ୍ରମୁଖ ଦିଲ୍ଲୀ ନିର୍ବାଚନ ପର୍ବରେ ସାମିଲ ହୋଇଛନ୍ତି । ସକାଳ ୯ଟା ସୁଦ୍ଧା ୮.୧୦% ମତଦାନ ରେକର୍ଡ ହୋଇଛି ।

ପ୍ରକାଶ ଥାଉ କି, ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ୍ ଗ୍ରହଣ ଚାଲିଛି । ନିର୍ବାଚନୀ ମୈଦାନରେ ୬୯୯ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଧାଡିରେ ରହି ଭୋଟ୍ ଦେଉଛନ୍ତି ଭୋଟର । ଏକ କୋଟିରୁ ଅଧିକ ଭୋଟର ସେମାନଙ୍କ ନେତା ବାଛୁଛନ୍ତି । କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ଶୃଙ୍ଖଳିତ ମତଦାନ ପାଇଁ ୩୫ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଶାସକ ଆପ୍ ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ ।