ନୂଆଦିଲ୍ଲୀ : ଆଇପିଏଲ ଇତିହାସରେ ଅନେକ ଗୁଡ଼ିକ ରେକର୍ଡ ରହିଛି । ଆଇପିଏଲରେ ରନ କଥା ଉଠିଲେ ସବୁବେଳେ ବିରାଟ ଏବଂ ରୋହିତଙ୍କ କଥା ଉଠିଥାଏ । ମାତ୍ର ଓପନର ଭାବେ ସର୍ବାଧିକ ସ୍କୋର କରିଥିବା ଲିଷ୍ଟରେ ଟପ୍ ୧୦ ମଧ୍ୟରେ ନାହାନ୍ତି ହିଟମ୍ୟାନ୍ । ଯଦି କିଙ୍ଗ୍ କୋହଲିଙ୍କ କଥା କହିବା ତାହେଲେ ସେ ଟପ୍ ୧୦ରେ ଅଛନ୍ତି ସତ କିନ୍ତୁ ଏକ ନମ୍ବରରେ ନାହାନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏହି ବ୍ୟାଟ୍ସମ୍ୟାନ୍ କିଏ ?

ଏକ ନମ୍ବରରେ ଆସୁଛନ୍ତି ଗବ୍ବର ଭାବେ ଜଣାଶୁଣା ଶିଖର ଧାଓ୍ବନ । ୨୦୧୦ରୁ ୨୦୨୪ ପର୍ଯ୍ୟନ୍ତ ଆଇପିଏଲ ଖେଳିଥିବା ଶିଖର ଧାଓ୍ବନ ନିଜର କ୍ୟାରିୟରରେ ୨୦୨ ମ୍ୟାଚ ଖେଳିଛନ୍ତି । ସବୁ ମ୍ୟାଚରେ ସେ ଓପନିଂ କରି ୬୩୬୨ ରନ୍ କରିଛନ୍ତି । ନିଜର ଆଇପିଏଲ କ୍ୟାରିୟର ମଧ୍ୟରେ ୨ଟି ଶତକ ଏବଂ ୪୭ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୭୨୮ ଚୌକା ଏବଂ ୧୪୩ ଛକା ମାରିଛନ୍ତି ।

ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଡେଭିଡ୍ ଓ୍ବାର୍ଣ୍ଣର । ସେ ୧୬୩ ଇଂନିସରେ ୫୯୧୦ ରନ୍ ସଂଗ୍ରହ କରିଛନ୍ତି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ସେ ୧୬୩ ପାଳିରେ ଓପନିଂ କରି ୫୦୦୯ ରନ୍ କରିଛନ୍ତି । ଯେଉଁଥିରେ ୪ ଶତକ ରହିଛି । ଓପନର ଭାବେ ଏହି ଶତକ ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ ରହିଛନ୍ତି ୟୁନିଭର୍ସନାଲ ବସ୍ ଭାବେ ଜଣାଶୁଣା କ୍ରିସ୍ ଗେଲ୍ । ସେ ୪୪୮୦ ରନ୍ କରିଛନ୍ତି । ପଞ୍ଚମ ସ୍ଥାନରେ ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଅଛନ୍ତି । ସେପଟେ ଏହି ତାଲିକାରେ ରୋହିତ ଶର୍ମା ୧୧ତମ ସ୍ଥାନରେ ରହିଛନ୍ତି ।

ଏହାସହ ପଢ଼ନ୍ତୁ : ବାହାଘର ପୂର୍ବରୁ ଶାରିରୀକ ସମ୍ପର୍କ, ଭିଡିଓ ଉଠାଇ ବ୍ଲାକମେଲ କଲେ ଯୁବକ