ନୂଆଦିଲ୍ଲୀ – ଟାରିଫ୍ (ଶୁଳ୍କ)କୁ ନେଇ ଆମେରିକାର ଅନେକ ଦେଶ ସହ ବିବାଦୀୟ ସ୍ଥିତି ଉପୁଜିଛି। ଡୋନାଲ୍ଡ ଟ୍ରମ୍ପ ରିସିପ୍ରୋକାଲ ଟାରିଫ୍ ଲଗାଇବାକୁ ଅଡି ବସିଛନ୍ତି। ଏଥିଯୋଗୁଁ ଅନେକ ଦେଶ ସହ ସମ୍ୱନ୍ଧ ଫିକା ପଡ଼ିଯାଇଛି। ସେ ଭାରତ ସହ ମଧ୍ୟ ଖୋଲାଖୋଲି ଟାରିଫ୍କୁ ନେଇ ନୈରାଶ୍ୟତା ବ୍ୟକ୍ତି କରିଛନ୍ତି। ଏବେ ଟ୍ରମ୍ପ ସରକାରଙ୍କର ଜଣେ ମନ୍ତ୍ରୀ ଭାରତ ଦ୍ୱାରା ରୁଷ୍ ଠାରୁ ଅସ୍ତ୍ରଶସ୍ତ୍ର କିଣିବା ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଆମେରିକୀୟ ବାଣିଜ୍ୟ ମନ୍ତ୍ରୀ ହାୱର୍ଡ ଲୁଟନିକ୍ ଭାରତକୁ କହିଛନ୍ତି ଯେ, ରୁଷୀୟ ସେନା ଅସ୍ତ୍ରଶସ୍ତ୍ର ଉପରେ ନିଜର ନିର୍ଭରଶୀଳତାରୁ ଶେଷ କରୁ ଭାରତ ଏବଂ ଯୁକ୍ତି ବାଢିଛନ୍ତି ଯେ , ଏମିତି ପଦକ୍ଷେପ ଭାରତ ଓ ଆମେରିକା ମଧ୍ୟରେ ସମ୍ୱନ୍ଧୟକୁ ଦୃଢ କରିବା ପାଇଁ ନିହାତି ଜରୁରୀ।

ଇଣ୍ଡିଆ ଟିଡେ କନକ୍ଲେଭ୍ରେ ଆଲୋଚନାରେ ଲିଟନିକ୍ କହିଛନ୍ତି, ଭାରତ ଐତିହାସିକ ଭାବେ ରୁଷ୍ ଠାରୁ ନିଜର ସେନା ଉପକରଣର ଖୁ୍ବ୍ ଅଧିକ ମାତ୍ରା କିଣୁଛି ଏବଂ ଆମକୁ ଲାଗୁଛି କି ଏହା ଏମିତି ଜିନିଷ , ଯାହାକୁ ବନ୍ଦ କରିବାର ଆବଶ୍ୟକତା ରହିଛି।
ଉଲ୍ଲେଖନୀୟ ଯେ , ଭାରତ ଓ ରୁଷ୍ର ବନ୍ଧୁତା ଅନେକ ଦଶନ୍ଧିର ପୁରୁଣା ଏବଂ ଭାରତ ପେଟ୍ରୋଲିୟମ ସହ ଅସ୍ତ୍ରଶସ୍ତ୍ରର ମଧ୍ୟ କ୍ରୟ କରିଥାଏ । ଲୁଟନିକ୍ କହିଛନ୍ତି କି, ଆମେରିକା ବିକଳ୍ପ ଭାବେ ମୋର୍ଡର ଅସ୍ତ୍ରଶସ୍ତ୍ର ଭାରତକୁ ଦେବାକୁ ପ୍ରସ୍ତୁତ। ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆମେରିକା ଚାହୁଁଛି , ଭାରତ ରୁଷ୍ ପରିବର୍ତ୍ତେ ତା ଠାରୁ ଅସ୍ତ୍ରଶସ୍ତ୍ର କିଣୁ।

କେବଳ ଏତିକି ନୁହେଁ , ବ୍ରିକ୍ସରେ ଭାରତର ଉପସ୍ଥିତିକୁ ନେଇ ମଧ୍ୟ ଆମେରିକୀୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ବ୍ରିକ୍ସ ଡଲାରର ବିକଳ୍ପ ଭାବେ ବୈଶ୍ୱିକ ମୁଦ୍ରା ତିଆରି କରିବାକୁ ଚେଷ୍ଟା କରୁଛି। ଏହି ବ୍ରିକ୍ସରେ (BRICS)ରେ ଭାରତ ଅଛି। ଏହା ଆମେରିକା –ଭାରତ ସମ୍ୱନ୍ଧକୁ ଦୁର୍ବଳ କରିଥାଏ । ସେ କହିଛନ୍ତି , ଏହିପରି ଜିନିଷ ଭଲ ପାଇବା ଓ ସ୍ନେହ ସୃଷ୍ଟି କରେ ନାହିଁ। ଆମେ ଚାହୁଁଛୁ କି ଏହି ଜିନିଷର ସମାପ୍ତି ଘଟୁ। ଆମେ ଚାହୁଁଛି କି ବ୍ୟାପାର ଅଧିକ ନିରପେକ୍ଷ ହେଉ। ଅନ୍ୟପଟେ ରୁଷ୍ ଠାରୁ ଭାରତ ଅସ୍ତ୍ରଶସ୍ତ୍ର କିଣିବା ଆମେରିକାକୁ ଅନେକ ଦିନରୁ ପସନ୍ଦ ଆସୁ ନାହିଁ। ଟ୍ରମ୍ପ ଚଳିତ ବର୍ଷର ଆରମ୍ଭରେ ପିଏମ ମୋଦିଙ୍କୁ ଫୋନ୍ରେ କଥାବାର୍ତ୍ତା ବେଳେ ମଧ୍ୟ ଏହି ମାମଲାକୁ ଉଠାଇ ଥିଲେ। ଏହାପରେ ଯେବେ ପିଏମ୍ ୱାଶିଂଟନ ଗସ୍ତରେ ଯାଇଥିଲେ , ସେଠାରେ ବି ଏହି ବିଷୟକୁ ଉଠାଇ ଥିଲେ। ଟ୍ରମ୍ପ ଭାରତକୁ ଫାଇଟର ଜେଟ୍ ଏଫ୍- ୩୫ ମଧ୍ୟ କିଣିବାକୁ ଅଫର ଦେଇଛି।
ଏହି ମଧ୍ୟରେ , ଭାରତୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ନିଜ ଶୁଳ୍କରେ ପର୍ଯ୍ୟାପ୍ତ ରିହାତି କରିବା ପାଇଁ ସହମତ ହୋଇଛି, କାରଣ ଭାରତ ଆମେରିକା ଉପରେ ବହୁତ ଅଧିକ ଶୁଳ୍କ ଲଗାଇ ଥାଏ , ଯେଉଁଥିରେ ସେଠାରେ ଉତ୍ପାଦ ବିକ୍ରି କରିବାରେ ମୁସ୍କିଲ ହୋଇ ଯାଏ। ହେଲେ ଭାରତ ସରକାର ପକ୍ଷରୁ ଏବେସୁଦ୍ଧା ଏହାର ସ୍ପଷ୍ଟ କରାଯାଇ ନାହିଁ।