ନୂଆଦିଲ୍ଲୀ,୧୩।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗାଜା ଯୁଦ୍ଧ ଶେଷ ହେବାର ଘୋଷଣା କରିଛନ୍ତି। ସେ ଇସ୍ରାଏଲ ପହଁଞ୍ଚିଛନ୍ତି ଓ ସେଠାର ସାଂସଦଙ୍କୁ ସମ୍ବୋଧିତ କରିଥିଲା। ଗାଜରେ ଅସ୍ତ୍ରବିରତି ଅନୁସାରେ ହମାସ ଇସ୍ରାଏଲର ୨୦ ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତ କରିଛି। ଏହାଛଡା ଇସ୍ରାଏଲ ମଧ୍ୟ ଶତାଧିକ ପାଲେଷ୍ଟାନୀୟ କଏଦୀଙ୍କୁ ମୁକ୍ତ କରିବାକୁ ଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହି କାରଣରୁ ଟ୍ରମ୍ପଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ କ୍ଷମତାକୁ ଆସିବା ପରେ ସବୁକିଛି ବଦଳି ଯାଇଛି। ନେତନ୍ୟାହୁ କହିଛନ୍ତି, ସେ ଆସିବାର ସପ୍ତାହକ ଭିତରେ ଅସ୍ତ୍ରବିରତି ହେଲା। ଏହା ସହ ଟ୍ରମ୍ପ ପୁଣିଥରେ ୮ଟି ଯୁଦ୍ଧକୁ ବନ୍ଦ କରିଥିବାର ଦାବି କରିଛନ୍ତି।
କେବଳ ସେତିକି ନୁହେଁ, ଏବେ ପାକିସ୍ତାନ ଓ ଅଫଗାନିସ୍ତାନ ଭିତରେ ଚାଲିଥିବା ଯୁଦ୍ଧକୁ ରୋକିବାର ମଧ୍ୟ ଇଛା ପ୍ରକାଶ କରିଛନ୍ତି। ସେ ଇସ୍ରାଏଲ ଗସ୍ତରେ ବାହାରିବାର ଠିକ୍ ପୂର୍ବରୁ କହିଥିଲା, ମୁଁ ଚାହୁଁଛି ପାକିସ୍ତାନ ଓ ଅଫଗାନିସ୍ତାନ ଭିତରେ ଯୁଦ୍ଧ ବନ୍ଦ ହେଉ। ମୁଁ ମଧ୍ୟ ପୂର୍ବର ଗସ୍ତରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବି କିମ୍ବା ଯଦି ସେତେବେଳ ପର୍ଯ୍ୟନ୍ତ ଠିକ୍ ନହୋଇଥାଏ ତେବେ ଆକ୍ସନ ନିଆଯିବ। ମୁଁ ଶୁଣୁଛି ଯେ ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଯୁଦ୍ଧ ଚାଲିଛି। ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ଆପଣମାନେ ତ ଜାଣନ୍ତି ମୁଁ ଯୁଦ୍ଧ ରୋକିବାକୁ ଯାଉଛି। କାରଣ ମୋତେ ଯୁଦ୍ଧ ରୋକିବାର ଅନୁଭବ ରହିଛି।’
ଉଲ୍ଲେଖନୀୟ ଯେ, ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନ ପକ୍ଷରୁ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିବାର ନାଁରେ କାବୁଲକୁ ଟାର୍ଗେଟ କରାଯାଉଛି।ଏହାପରେ ଆଫଗାନିସ୍ତାନୀ ପାଲଟା ଆକ୍ରମଣ କରିଛି। ଏହି ଆକ୍ରମଣରେ ପାକିସ୍ତାନର ୨୩ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି। ଏହାଛଡା ଆଫଗାନିସ୍ତାନର ମଧ୍ୟ ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୨୬୦୦ କିଲୋମିଟର ଦୀର୍ଘ ସୀମା ଲାଗି ରହିଛି। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ଖୁବ୍ ଭୟଙ୍କର ହେବ।