ଫିରିଙ୍ଗିଆ୧୭l ୧୧: କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଓ ବୃହତ ଜଳପ୍ରପାତ କୁହାଯାଉଥିବା ଫୁଲବାଣୀ ବ୍ଲକ କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ଉର୍ମାଗଡ଼ ଜଳପ୍ରପାତର ହେବ ବିକାଶ I ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥିବା ଏହି ଜଳ ପ୍ରପାତକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସିଥାନ୍ତି I କିନ୍ତୁ ଏଠି ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ଦିନକୁ ଦିନ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନ ସ୍ଥଳୀଙ୍କୁ ଆସିଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା I ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଦୀର୍ଘ ଦିନ ଧରି ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲାI ଶେଷରେ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଛି ବର୍ତମାନର ଡବଲ ଇଞ୍ଜିନ ସରକାର I ସୋମବାର ରାଜ୍ୟ ସରକାରଙ୍କ କ୍ରୀଡା ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯବଂଶୀ ସୁରଜ ସଦଳ ବେଳେ ଏହି ପର୍ଯ୍ୟଟନ ସ୍ଥଳୀ କୁ ଆସି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି I କେବେ କୌଣସି ନେତା କିମ୍ବା ମନ୍ତ୍ରୀ ଙ୍କ ପାଦ ପଡ଼ିନଥିବା ଏହି ପର୍ଯ୍ୟଟନ ସ୍ଥଳୀ ଉପରେ ପ୍ରଥମ ଥର ପାଇଁ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ପାଦ ପଡ଼ିଥିବା ନେଇ ଏହି ଉର୍ମାଗଡ଼ ପର୍ଯ୍ୟଟନ ସ୍ଥଳୀ ର ବିକାଶ କୁ ନେଇ ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ଙ୍କ ମଧ୍ୟରେ ଏକପ୍ରକାର ଆଶା ମଧ୍ୟ ସଂଚାର ହୋଇଛି I

ତେବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉର୍ମାଗଡ଼ ପହଞ୍ଚିବା ପରେ କଟରିଙ୍ଗିଆ ପଞ୍ଚାୟତର ସରପଞ୍ଚ ପ୍ରତିଭା କହଁରଙ୍କ ସହ ଶହ ଶହ ସଂଖ୍ୟାରେ ମହିଳା ଓ ଅଞ୍ଚଳବାସୀ ତାଙ୍କୁ ପାରମ୍ପରିକ ବାଜା ବାଦ୍ୟ ସହ ବିପୁଳ ସ୍ୱାଗତ ଜଣାଇଥିଲେ I ଅନ୍ୟପଟେ ମନ୍ତ୍ରୀଙ୍କ ସହ କନ୍ଧମାଳ ସଂସଦ ସୁକାନ୍ତ ପାଣିଗ୍ରାହୀ, କନ୍ଧମାଳ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ଜିଲ୍ଲାପାଳ ବେଦ ଭୂଷଣ, ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ଫୁଲବାଣୀ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରଜିତ ବିଶ୍ୱାଳ, ଫୁଲବାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଅରିରିକ୍ତ ଜିଲ୍ଲାପାଳ, କଟ୍ରି ଙ୍ଗିଆ ସରପଞ୍ଚ ପ୍ରତିଭା କହଁର, କଂଗ୍ରେସ ନେତା ଘନ ଶବରଙ୍କ ସହ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ଥିଲେ I ତେବେ ଉର୍ମାଗଡ଼ ଜଳ ପ୍ରପାତ ବୁଲି ସରିଲା ପରେ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେପଟେ ମନ୍ତ୍ରୀଙ୍କ ପ୍ରତିଶୃତି ପାଇଁ ସ୍ଥାନୀୟ ଅଂଚଳବାସୀ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ I