ନୂଆଦିଲ୍ଲୀ, ୫।୪: ଏବେ ଟ୍ରେଣ୍ଡରେ ସ୍ଲିପ୍ ଡିଭୋର୍ସ । ଆଜିକାଲି ଅନେକ ଦମ୍ପତ୍ତି ପରସ୍ପର ସହ ସ୍ଲିପ୍ ଡିଭୋର୍ସ ନେଉଛନ୍ତି । ଡିଭୋର୍ସର ଅର୍ଥ ତ ଆପଣ ଜାଣିଥିବେ । ହେଲେ ଏ ସ୍ଲିପ୍ ଡିଭୋର୍ସ କ’ଣ ? ଆସନ୍ତୁ ଜାଣିବା । ଅନେକ ଲୋକ ନିଜ ପାର୍ଟନରଙ୍କ ଘୁଙ୍ଗୁଡ଼ି ଯୋଗୁଁ ବହୁତ ବିରକ୍ତ ହୋଇଯାଆନ୍ତି । ଏଥିସହ ଚିଡ଼ଚଡ଼ା ମଧ୍ୟ ହୋଇଥାନ୍ତି । ଏପରି ପରିସ୍ଥିତିରେ ଆଜିକାଲି ‘ସ୍ଲିପ୍ ଡିଭୋର୍ସ’ ଟ୍ରେଣ୍ଡ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଧାରଣା ବିଶେଷକରି ଯୁବ ଦମ୍ପତି ଏବଂ କାର୍ୟ୍ୟରତ ବୃତ୍ତିଗତଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି ।

ସ୍ଲିପ୍ ଡିଭୋର୍ସ କ’ଣ ?
ସ୍ଲିପ୍ ଡିଭୋର୍ସର ଅର୍ଥ ନୁହେଁ ଯେ, ଆପଣ ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ଭାଙ୍ଗି ଦେଉଛନ୍ତି । ଏହାର ଅର୍ଥ ହେଉଛି ଅଲଗା ରୁମରେ କିମ୍ବା ଅଲଗା ବେଡ୍ରେ ଶୋଇବା, ଯାହା ଦ୍ୱାରା ଆପଣ ଦୁହେଁ ଭଲ ନିଦ ପାଇପାରିବେ । କେହି ଘୁଙ୍ଗୁଡ଼ି ମାରିଥାଏ ତ କାହାର ବାରମ୍ବାର ଉଠିବାର ଅଭ୍ୟାସ ଥାଏ । ତେଣୁ ଅନେକ ଦମ୍ପତି ପୃଥକ ଭାବରେ ଶୋଇବା ପାଇଁ ଏହି ନିଷ୍ପତ୍ତି ନିଅନ୍ତି ।

ଗତ କିଛି ବର୍ଷ ମଧ୍ୟରେ, ଲୋକମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ନିଦ୍ରାର ଗୁଣବତ୍ତା ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ, ଭଲ ନିଦ ଆମର ଶାରୀରିକ ଏବଂ ଭାବପ୍ରବଣ ସ୍ୱାସ୍ଥ୍ୟ ସହିତ ସିଧାସଳଖ ଜଡ଼ିତ । ଯଦି ପର୍ଯ୍ୟାପ୍ତ ନିଦ ନହୁଏ, ତେବେ ସମ୍ପର୍କରେ ଚିଡ଼ିଚିଡ଼ାପଣ, ଦ୍ୱନ୍ଦ୍ୱ ଏବଂ ଉତ୍ତେଜନା ବୃଦ୍ଧି ପାଇପାରେ । ଏହି କାରଣରୁ ଅନେକ ଯୁବ ଦମ୍ପତି ଏବେ ‘ସ୍ଲିପ୍ ଡିଭୋର୍ସ’ଗ୍ରହଣ କରୁଛନ୍ତି । ଏହା ପଛରେ ଏଗୁଡ଼ିକ କାରଣ ହୋଇପାରେ ।