ନୂଆପଡ଼ା, ୧୪/୧୧: ନୂଆପଡ଼ାରେ ବିଜୟ ପଥରେ ଜୟ ଢୋଲକିଆ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଛରେ ପକାଇ ୪୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ। ୫୯ ହଜାରରୁ ଅଧିକ ଭୋଟ୍ ପାଇ ଶୀର୍ଷରେ ଅଛନ୍ତି ଜୟ। ବହୁ ପଛରେ ପଡ଼ିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ସବୁଆଡେ ଖୁସିର ମାହୋଲ । ବିଜେପି ଶିବିରରେ ସେଲିବ୍ରେସନ ଆରମ୍ଭ କଲେଣି କର୍ମୀ।
ନୂଆପଡ଼ାରେ ଇଭିଏମ୍ରୁ ଖୋଲୁଛି ପ୍ରାର୍ଥୀଙ୍କ ଭାଗ୍ୟ। ବର୍ତ୍ତମାନ ସୁଦ୍ଧା ୧୨ଟି ରାଉଣ୍ଡ ଗଣତି ହୋଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆଗରେ ଜୟ ଢୋଲକିଆ। ଲଗାତାର ବିଜେପି ପ୍ରାର୍ଥୀ ଲିଡ୍ କରୁଛନ୍ତି । ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଜନାଦେଶ ଜଣାପଡ଼ିବ। ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ୪୦,୩୧୩ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୫୯,୩୬୬ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୯,୦୫୩ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୭,୪୩୭ ଭୋଟ୍ ମିଳିଛି ।