ନୂଆଦିଲ୍ଲୀ,୩୦/୧୧: ନ୍ୟଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିଲା, ଏହା ପୂର୍ବରୁ ୨ ନଭେମ୍ବରରୁ ଆରମ୍ଭ ହେବାର ଥିଲା। ଏହି ଟେଷ୍ଟ ମ୍ୟାଚ୍ କ୍ରାଇଷ୍ଟଚର୍ଚର ହେଗଲି ଓଭାଲରେ ଖେଳାଯାଉଛି।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟର କେନ୍ ୱିଲିୟମସନ ପ୍ରଥମ ଇନିଂସରେ ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଥିପାଇଁ ୱିଲିୟମ୍ସନ୍ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ନ୍ୟୁଜିଲ୍ୟାଣ୍ଡର ଖେଳାଳି କରିପାରି ନାହାଁନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟର କେନ୍ ୱିଲିୟମସନ ୯୦୦୦ ରନ୍ ପୂରଣ କରି ଇତିହାସ ସୃଷ୍ଟି କରିଥିଲେ। ଏହି ସଫଳତା ହାସଲ କରିବାରେ ୱିଲିୟମସନ ପ୍ରଥମ ନ୍ୟୁଜିଲ୍ୟାଣ୍ଡର ବ୍ୟାଟର ହୋଇଛନ୍ତି। ଦ୍ୱିତୀୟ ଇନିଂସରେ ୨୬ରନ୍ ସ୍କୋରରେ ସେ ଏହି ସଫଳତା ହାସଲ କରିଥିଲେ।
୯୦୦୦ ରନ୍ ପୂରଣ କରି କେନ୍ ୱିଲିୟମସନ ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ୍ ସ୍କୋରର ହୋଇପାରିଛନ୍ତି। ରସ ଟେଲର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ହାରାହାରି ୪୪.୬୬ ରେ ୧୧୨ ଟେଷ୍ଟ ମ୍ୟାଚରେ ୭୬୮୩ ରନ୍ ସଂଗ୍ରହ କରିଛନ୍ତି। ଏହା ପରେ ଷ୍ଟିଫେନ୍ ଫ୍ଲେମିଂ ତୃତୀୟ ସ୍ଥାନରେ ଅଛନ୍ତି। ସେ ୪୦.୦୬ ହାରରେ ୧୧୧ ଟେଷ୍ଟ ମ୍ୟାଚରେ ୭୧୭୨ ରନ୍ ସଂଗ୍ରହ କରିଛନ୍ତି।
୧୮୨ ଇନିଂସରେ କେନ୍ ୱିଲିୟମ୍ସନ୍ ଏହି ଐତିହାସିକ ସଫଳତା ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ଦ୍ରୁତତମ ୯୦୦୦ ରନ୍ ସ୍କୋର କରିଥିବା ବ୍ୟାଟର୍ ତାଲିକାରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି। କୁମାର ସାଙ୍ଗାକାରା ଏକ ନମ୍ବରରେ ଅଛନ୍ତି। ସେ ୧୭୨ ଇନିଂସରେ ୯୦୦୦ ଟେଷ୍ଟ ରନ୍ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଷ୍ଟିଭ୍ ସ୍ମିଥ୍, ସେ ୧୭୪ ଟେଷ୍ଟ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ରାହୁଲ ଦ୍ରାବିଡ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୭୬ ଟେଷ୍ଟ ଇନିଂସରେ ୯୦୦୦ ରନ୍ ସଂଗ୍ରହ କରିଛନ୍ତି।