ଛତ୍ରପୁର, ୦୨/୦୭ : ଭୁବନେଶ୍ଵର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ। ଓଏଏସ୍ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି । ସମୂହ ଛୁଟିରେ ଗଞ୍ଜାମ ଜିଲ୍ଲାର OAS ଓ ORS ଅଧିକାରୀ। ଓଏଏସ ଜିଲ୍ଲା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦେବ ଦତ୍ତ ପଣ୍ଡା ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ଓ ଓଆରଏସ୍ ଅଧିକାରୀ ଅଫିସ ଆସିନଥିବା ଦେଖିବାକୁ ମିଳିଛି। ଏହି ଅଧିକାରୀମାନେ ସମୂହ ଛୁଟିରେ ଥିବାରୁ ବ୍ଲକ, ତହସିଲ, ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକରେ ଅଚଳବସ୍ଥା ଜାରି ରହିଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଓଏଏସ୍ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି।