ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର

Published By : Prameya | April 26, 2025 8:23 AM

ଭୁବନେଶ୍ୱର, ୨୬/୦୪: ୧୧ଜଣ ଓଡ଼ିଶା ପ୍ରାଶାସନିକ  ଅଧିକାରୀ (ଓଏଏସ୍‌) ଅଫିସରଙ୍କୁ ଅଦଳବଦଳ କରିଛନ୍ତି ସରକାର । ନୂଆଗାଁର ପୂର୍ବତନ ବିଡିଓ ତପନ କୁମାର ମହାପାତ୍ରଙ୍କୁ ହିଞ୍ଜିଳିକାଟୁର ତହସିଲଦାର ନିଯୁକ୍ତ କରାଯାଇଛି । କିଶୋରନଗରର ପୂର୍ବତନ ବିଡିଓ ବିନୋଦ ବିହାରୀ ବେହେରା  ଅନୁଗୁଳର ଡେପୁଟି କଲେକ୍ଟର ନିଯୁକ୍ତ ହୋଇଛନ୍ତି ।  ପଟ୍ଟମୁଣ୍ଡାଇର ପୂର୍ବତନ ବିଡିଓ ଶୁଭ୍ରାଂଶୁ ସାହୁ ଯାଜପୁର ଦାଶରଥପୁରର ତହସିଲଦାର ଦାୟିତ୍ୱ ନେଇଛନ୍ତି । ବରଗାଁର  ପୂର୍ବତନ ବିଡିଓ ସୁମତୀ ପଣ୍ଡା ବରଗଡ଼ର ଡେପୁଟି କଲେକ୍ଟର  ନିଯୁକ୍ତ ହୋଇଛନ୍ତି । ମାନେଶ୍ୱରର ପୂର୍ବତନ ବିଡିଓ ଜନ୍ମେଜୟ  ବେହେରା ନୂଆପଡ଼ାର ଡେପୁଟି କଲେକ୍ଟର ଦାୟିତ୍ୱ ନେଇଛନ୍ତି ।  

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟାଳୟର ପ୍ରାଶାସନିକ ଅଧିକାରୀ ଆଦ୍ୟାଶା  ରଥ ପୁରୀର ଡେପୁଟି କଲେକ୍ଟର ନିଯୁକ୍ତ ହୋଇଛନ୍ତି ।  ସିଏଚ୍‌ଏସ୍‌ଇର ପୂର୍ବତନ ପ୍ରାଶାସନିକ ଅଧିକାରୀ ରଶ୍ମିରେଖା  ଅମାନ୍ତଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)  ଡେପୁଟି କମିଶନର ଦାୟିତ୍ୱ ଦିଆଯାଇଛି । କେନ୍ଦୁଝରର  ଡେପୁଟି କଲେକ୍ଟର ମହମ୍ମଦ ଫିରୋଜ ଖାନଙ୍କୁ ପୁଣି ସେହି  ଜାଗାରେ ଅବସ୍ଥାପିତ କରାଯାଇଛି । କେନ୍ଦୁଝରର ଡେପୁଟି  କଲେକ୍ଟର ଶିବାନୀ ଦାସଙ୍କୁ ଚମ୍ପୁଆର ଡେପୁଟି କଲେକ୍ଟର ନିଯୁକ୍ତ  କରାଯାଇଛି । କଟକର ଡେପୁଟି କଲେକ୍ଟର ନିଷ୍ଠା ମହାପାତ୍ର ଟାଙ୍ଗୀ ତହସିଲଦାର୍‌ ଦାୟିତ୍ୱରେ ରହିବେ । ଆର୍‌ପିଆର୍‌ସିର  ପ୍ରାଶାସନିକ ଅଧିକାରୀ ରିତୁପର୍ଣ୍ଣା ମହାପାତ୍ର ଗୃହ ନିର୍ମାଣ ଓ  ନଗର ଉନ୍ନୟନ ବିଭାଗର ଅନୁ ସଚିବ ଦାୟିତ୍ୱ ତୁଲାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.