ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଓବାମା ଦମ୍ପତ୍ତିଙ୍କ ଛାଡପତ୍ର ଗୁଜବରେ ପଡିଲା ପୂର୍ଣ୍ଣଛେଦ, ମିଶେଲଙ୍କ ଜନ୍ମଦିନରେ ବାରାକ କରିଲେ ହୃଦୟସ୍ପର୍ଶୀ ପୋଷ୍ଟ

Published By : Bijay Swain | January 18, 2025 2:13 PM

ନୂଆଦିଲ୍ଲୀ: ବାରାକ ଓବାମା ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ଛାଡପତ୍ର ଗୁଜବରେ ପଡିଲା ପୂର୍ଣ୍ଣଛେଦ। ସମଗ୍ର ବିଶ୍ବର ଗଣମାଧ୍ୟମ ଗୁଡିକରେ ଖବରର ଶିରୋନାମା ପାଲଟିଥିବା ଛାଡପତ୍ର ଗୁଜବ ମଧ୍ୟରେ, ପୂର୍ବତନ ଆମେରିକିୟ ରାଷ୍ଟ୍ରପତି ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଜନ୍ମଦିନ ପୋଷ୍ଟ ସେୟାର କରିଛନ୍ତି। ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୋଶିଆଲ ମିଡିଆ ଏକ୍ସରେ କରିଥିବା ଏକ ପୋଷ୍ଟରେ, ଓବାମା ମିଶେଲଙ୍କ ୬୧ତମ ଜନ୍ମଦିନରେ ଏକ ହୃଦୟସ୍ପର୍ଶି ବାର୍ତ୍ତା ସେୟାର କରିଛନ୍ତି। ଏହି ବାର୍ତ୍ତାରେ "ମୋ ଜୀବନର ପ୍ରେମ ମିଶେଲ ଓବାମାଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ହୃଦୟର ପ୍ରତ୍ୟେକ କୋଠରୀକୁ ଉଷ୍ମତା, ପ୍ରେମ, ଜ୍ଞାନ ଏବଂ ଅନୁଗ୍ରହରେ ପରିପୂର୍ଣ୍ଣ କରିଛ। ତୁମେ ଏପରି କରି ଖୁବ ସୁନ୍ଦର ଦେଖାଯାଉଛ। ମୁଁ ତୁମ ସହିତ ଜୀବନର ଯାତ୍ରାରେ ରହିଥିବାରୁ ନିଜକୁ ବହୁତ ଭାଗ୍ୟବାନ ମନେକରୁଛି। ମୋ ତରଫରୁ ତୁମକୁ ଅଜସ୍ର ଭଲପାଇବା" ବୋଲି ସେ ଲେଖିଛନ୍ତି।

ଏହି ପୋଷ୍ଟରେ ଏକ ଫଟୋ ମଧ୍ୟ ରହିଛି। ଯେଉଁ ଫଟୋରେ ଦୁଇ ଦମ୍ପତ୍ତି ଖାଦ୍ୟ ଖାଇବା ସହ ହାତ ଧରାଧରି ହୋଇ ବସିଥିବା ନଜରକୁ ଆସୁଛନ୍ତି। 

କିଛିଦିନ ପୂର୍ବରୁ ବାରାକ ଓବାମା ଓ ମିଶେଲଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଗୁଜବ ପ୍ରଚାରିତ ହେଉଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ଅନ୍ତିମ ସଂସ୍କାରରେ ଓବାମା ଏକୁଟିଆ ଯୋଗଦେଇଥିଲେ। ଏହା ସହ ସେ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ମନା କରିଦେବା ପରେ ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କ ଛାଡପତ୍ର ହେବା ନେଇ ଖବର ପ୍ରସାରଣ ଆରମ୍ଭ ହୋଇଯାଇଥିଲା। 

ସୂଚନା ଅନୁଯାୟୀ, ବାରାକ ଓ ମିସେଲ ଓବାମା ୧୯୯୨ ମସିହାରେ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ଦୁଇଜଣ ଝିଅ ଅଛନ୍ତି। ଜଣଙ୍କ ନାମ ମାଲିଆ ଓ ଅନ୍ୟ ଜଣଙ୍କର ନାମ ସାଶା। ଆମେରିକାରେ ଦୁଇ ଦମ୍ପତ୍ତିଙ୍କ ସୁଖି ବିବାହ ଜୀବନକୁ ଉଦାହରଣ ଭାବେ ପ୍ରସ୍ତୁତ କରାଯାଇଥାଏ। ତେବେ ସେମାନଙ୍କ ବିବାହ ବିଚ୍ଛେଦ କଥା ସୁଣି ସେମାନଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଏହା ଅଲୋଡନ ସୃଷ୍ଟି କରିଥିଲା। କିନ୍ତୁ ଏହି ପୋଷ୍ଟ ପରେ ବାରାକଙ୍କ ବିବାହ ବିଚ୍ଛେଦ ଘଟଣାରେ ବିରାମ ଲାଗିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.