କଟକ,୧୧।୨ :  ବାରବାଟୀରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ  ଫ୍ଲଡ ଲାଇଟ ବିଭ୍ରାଟ ଦେଖା ଦେଇଥିଲା। ଫ୍ଲଡ ଲାଇଟ ଲିଭିଯିବାରୁ ମ୍ୟାଚ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ ବାରବାଟୀକୁ ବୁଢୀ କହିଛନ୍ତି।  ସେ କହିଛନ୍ତି ବାରବାଟୀକୁ ଫ୍ଲଡ ଲାଇଟରେ ସଜାଇଵା ଯାହା ଜଣେ ଵୁଢୀଙ୍କୁ ଗହଣା ପିନ୍ଧାଇଵା ତାହା। ତେଣୁ ଏଠି ବର୍ତ୍ତମାନର ଭିତ୍ତିଭୂମିରେ ଵେଶୀ କିଛି ଆଶା କରାଯାଇ ନପାରେ। ବାରବାଟୀର ନବ କଳେବର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସଞ୍ଜୟ କଥା ହୋଇଥିବା ମଧ୍ୟ କହିଛନ୍ତି।

ଏଭଳି ନକାରାତ୍ମକ ମନ୍ତବ୍ୟ ଦେଇ ଐତିହ୍ୟ ସମ୍ପନ୍ନ ବାରବାଟୀ ଷ୍ଟାଡିୟମକୁ ତିରସ୍କାର କରିଛନ୍ତି ଖୋଦ୍ ଓସିଏ ସମ୍ପାଦକ ସଞ୍ଜୟ। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସଞୟ ବେହେରା କହିଛନ୍ତି ବାରବାଟୀ ଵୁଢୀ ହୋଇଗଲାଣି।  ଏଭଳି ମନ୍ତବ୍ୟ ଦେଇ ଖସିଯିବେ କି ସଞ୍ଜୟ।