ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ତେଲେଙ୍ଗାନାର କମ୍ପାନୀ ବିସ୍ଫୋରଣରେ ଓଡ଼ିଆ ପୁଅ ମୃତ

Published By : Gurupada Nath | July 2, 2025 8:07 PM

ସିମୁଳିଆ,୨/୭ : ଗତ ୩୦ତାରିଖ ଦିନ ତେଲେଙ୍ଗାନାର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ଅନନ୍ତ ରାଉତଙ୍କ ପୁତ୍ର ମନୋଜ ରାଉତ(୩୫)ଙ୍କର ଦେହାନ୍ତ ଘଟିଛି । ଖବରପାଇ ପରିବାର ଲୋକେ ସେଠାକୁ ଯାଇ ମୃତ ମନୋଜଙ୍କୁ ଚିହ୍ନଟ କରି ଆଜି ଶବକୁ ଗାଁରେ ପହଁଚାଇବା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ମନୋଜକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସ୍ୱାମୀର ମୃତଦେହକୁ ଧରି ସ୍ତ୍ରୀ ଉର୍ମିଳା ଏବଂ ଦୁଇ ପୁଅ ଭୋ ଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ହୋଇଛି । 

ପ୍ରକାଶ ଯେ, ଗତ ୨୦୦୧ମସିହାଠାରୁ ମନୋଜ ତେଲେଙ୍ଗାନାରେ କେମିକାଲ ଫ୍ୟାକ୍ଟ୍ରିରେ କ୍ୱାଲିଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ରଜକୁ ଘରକୁ ଆସିଥିବାବେଳେ ଫ୍ୟାକ୍ଟ୍ରିର ମାଲିକଙ୍କ ଫୋନ ଆସିବାରୁ କାମରେ ଯୋଗ ଦେବାକୁ ଚାଲି ଯାଇଥିଲେ । ଗତ ମାସ ୩୦ତାରିଖରେ ଏହି କେମିକାଲ ଫ୍ୟାକ୍ଟ୍ରିରେ ଦୁର୍ଘଟଣା ଘଟିବାରୁ ମନୋଜଙ୍କ ସହ ବହୁ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଖବରପାଇବା ପରେ ତେଲେଙ୍ଗାନା ଯାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ହେଲେ କୁଢ଼ କୁଢ଼ ଶବ ଭିତରେ ମନୋଜକୁ ଚିହ୍ନି ପାରି ନଥିଲେ । ପ୍ରାୟ ୧୮ଘଣ୍ଟା ଧରି ଖୋଜାଖୋଜି କରିବା ପରେ ତାଙ୍କ ହାତରେ ବନ୍ଧା ଥିବା ଡେଉଁରିଆ ଦେଖି ମନୋଜଙ୍କ ଶବକୁ ପରିବାର ଲୋକେ ଚିହ୍ନଟ କରିପାରିଥିଲେ । ସେଠାରେ ସମସ୍ତ ଯାଞ୍ଚ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଆଜି ଅପରାହ୍ନରେ ଗାଁରେ ଶବ ପହଁଚିଥିଲା ଏବଂ ମୃତଦେହ ଦେଖି ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ନଗଦ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବାର ସୂଚନା ମିଳିଛି । ହେଲେ ତେଲେଙ୍ଗାନା ସରକାର ଯାହା ଘୋଷଣା କରିଛି ତାହା ହସ୍ତଗତ ହୋଇନାହିଁ ବୋଲି ତାଙ୍କର ସମ୍ପର୍କୀୟ ସୂଚନା ଦେଇଛନ୍ତି । ମୃତ ମନୋଜଙ୍କ ପରିବାର ଏବଂ ଗ୍ରାମବାସୀ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.