ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କୋରାପୁଟିଆ ସିନେମା ‘କବାଡି’କୁ ମିଳିଛି ସେନସର୍‌ ସାର୍ଟିଫିକେଟ, ଡିସେମ୍ବର ଶେଷ ସପ୍ତାହରେ ରିଲିଜ୍

Published By : Prameya | November 2, 2024 2:21 PM

ଜୟପୁର,୦୨/୧୧: ସ୍ଥାନୀୟ ସାଇଫିଲ୍ମ ଦ୍ୱାରା ପ୍ରସ୍ତୁତ କୋରାପୁଟିଆ ସିନେମା ‘କବାଡି’କୁ ମିଳିଛି ସେନସର୍‌  ସାର୍ଟିଫିକେଟ । ଏହାକୁ ନେଇ କଳାକାରମାନେ ଉତ୍ସବ  ପାଳନ କରିଛନ୍ତି । ନିର୍ଦ୍ଦେଶକ ଅମର ମିଶ୍ରଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଏସ୍‌ଆର୍‌ ମଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିଥିଭାବେ ହାସ୍ୟ ଅଭିନେତା  ଗୋପାଳକୃଷ୍ଣ ସାମନ୍ତରାୟ, ବରିଷ୍ଠ କଳାକାର ରବୀନ୍ଦ୍ର  ପାତ୍ର, ସାଇଫିଲ୍ମର ଆଇନ ଉପଦେଷ୍ଟା ଲାଲମୋହନ ମିଶ୍ର,  ସୁବାସ ରାଉତ ପ୍ରମୁଖ ଯୋଗ ଦେଇଥିଲେ । 

ଅତିଥିମାନେ  କହିଥିଲେ, ସେନସର ସାର୍ଟିଫିକେଟ ମିଳିବା ଗୌରବର  କଥା । ଏହା ଏ ଅଞ୍ଚଳର କଳାକାରଙ୍କୁ ଉତ୍ସାହିତ କରିବ ।  ଅଞ୍ଚଳର କଳାକାରମାନଙ୍କୁ ନେଇ ଆଗକୁ ଅନେକ ସିନେମା  ପ୍ରସ୍ତୁତ କରାଯିବ । ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ  କବାଡିକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଲକ୍ଷ୍ୟ  ରଖାଯାଇଥିବା କହିଛନ୍ତି ନିର୍ଦ୍ଦେଶକ ଅମର ମିଶ୍ର । ସେ  କହିଛନ୍ତି, ଗ୍ରାମାଞ୍ଚଳ ବିଷୟବସ୍ତୁକୁ ନେଇ ଏହି ସିନେମା  କରାଯାଇଛି । ଏଥିରେ ସେ ନିଜେ କାହାଣୀ ଲେଖିବା ସହ  ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି । ସହ ପ୍ରଯୋଜକ  ରହିଛନ୍ତି କାବେରୀ ମିଶ୍ର ଓ କିଶୋର ମିଶ୍ର ଏବଂ ସହ  ନିର୍ଦ୍ଦେଶକ ହେଉଛନ୍ତି ରବୀନ୍ଦ୍ର ରାଉତ । ଅଭୟ ମିଶ୍ର ସଙ୍ଗୀତ  ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ହେଉଛନ୍ତି  ବସନ୍ତରାଜ ସାମଲ । ଗୀତ ଗାଇଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ  ହ୍ୟୁମାନ ସାଗର, ଦିପ୍ତୀରେଖା ପାଢି । ମାନସ ରଞ୍ଜନ ପଣ୍ଡା,  ରିସ୍ତା ମହାନ୍ତି, ରବୀନ୍ଦ୍ର ରାଉତ, ସୀତାକାନ୍ତ ପ୍ରଧାନ, ବିଜୟା  ପାଣିଗ୍ରାହୀ, ପ୍ରଜ୍ଞା ପ୍ରଧାନ, ଅଜିତ ମହାପାତ୍ର, ନିରଞ୍ଜନ  ପାଣିଗ୍ରାହୀ, ବୁଲୁ କୁମାର ପ୍ରମୁଖ ଅଭିନୟ କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.