ଜୟପୁର,୦୨/୧୧: ସ୍ଥାନୀୟ ସାଇଫିଲ୍ମ ଦ୍ୱାରା ପ୍ରସ୍ତୁତ କୋରାପୁଟିଆ ସିନେମା ‘କବାଡି’କୁ ମିଳିଛି ସେନସର୍‌  ସାର୍ଟିଫିକେଟ । ଏହାକୁ ନେଇ କଳାକାରମାନେ ଉତ୍ସବ  ପାଳନ କରିଛନ୍ତି । ନିର୍ଦ୍ଦେଶକ ଅମର ମିଶ୍ରଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଏସ୍‌ଆର୍‌ ମଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିଥିଭାବେ ହାସ୍ୟ ଅଭିନେତା  ଗୋପାଳକୃଷ୍ଣ ସାମନ୍ତରାୟ, ବରିଷ୍ଠ କଳାକାର ରବୀନ୍ଦ୍ର  ପାତ୍ର, ସାଇଫିଲ୍ମର ଆଇନ ଉପଦେଷ୍ଟା ଲାଲମୋହନ ମିଶ୍ର,  ସୁବାସ ରାଉତ ପ୍ରମୁଖ ଯୋଗ ଦେଇଥିଲେ । 

ଅତିଥିମାନେ  କହିଥିଲେ, ସେନସର ସାର୍ଟିଫିକେଟ ମିଳିବା ଗୌରବର  କଥା । ଏହା ଏ ଅଞ୍ଚଳର କଳାକାରଙ୍କୁ ଉତ୍ସାହିତ କରିବ ।  ଅଞ୍ଚଳର କଳାକାରମାନଙ୍କୁ ନେଇ ଆଗକୁ ଅନେକ ସିନେମା  ପ୍ରସ୍ତୁତ କରାଯିବ । ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ  କବାଡିକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଲକ୍ଷ୍ୟ  ରଖାଯାଇଥିବା କହିଛନ୍ତି ନିର୍ଦ୍ଦେଶକ ଅମର ମିଶ୍ର । ସେ  କହିଛନ୍ତି, ଗ୍ରାମାଞ୍ଚଳ ବିଷୟବସ୍ତୁକୁ ନେଇ ଏହି ସିନେମା  କରାଯାଇଛି । ଏଥିରେ ସେ ନିଜେ କାହାଣୀ ଲେଖିବା ସହ  ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି । ସହ ପ୍ରଯୋଜକ  ରହିଛନ୍ତି କାବେରୀ ମିଶ୍ର ଓ କିଶୋର ମିଶ୍ର ଏବଂ ସହ  ନିର୍ଦ୍ଦେଶକ ହେଉଛନ୍ତି ରବୀନ୍ଦ୍ର ରାଉତ । ଅଭୟ ମିଶ୍ର ସଙ୍ଗୀତ  ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ହେଉଛନ୍ତି  ବସନ୍ତରାଜ ସାମଲ । ଗୀତ ଗାଇଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ  ହ୍ୟୁମାନ ସାଗର, ଦିପ୍ତୀରେଖା ପାଢି । ମାନସ ରଞ୍ଜନ ପଣ୍ଡା,  ରିସ୍ତା ମହାନ୍ତି, ରବୀନ୍ଦ୍ର ରାଉତ, ସୀତାକାନ୍ତ ପ୍ରଧାନ, ବିଜୟା  ପାଣିଗ୍ରାହୀ, ପ୍ରଜ୍ଞା ପ୍ରଧାନ, ଅଜିତ ମହାପାତ୍ର, ନିରଞ୍ଜନ  ପାଣିଗ୍ରାହୀ, ବୁଲୁ କୁମାର ପ୍ରମୁଖ ଅଭିନୟ କରିଛନ୍ତି